ଜିଲ୍ଲା ପରିକ୍ରମା

ଆର୍ନ୍ତଜାତୀୟ ସାକ୍ଷରତା ଦିବସରେ କବିତା ଆବୃତ୍ତି ପ୍ରତିଯୋଗୀତା

ପୁରୀ:୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : : ଅଠରନଳା ଶିକ୍ଷାଶ୍ରୀ ଲେନ୍ ସ୍ଥିତ ଭଗବତୀ ବିଦ୍ୟାନିକେତନ ପକ୍ଷରୁ ଆର୍ନ୍ତଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗଣେଶ୍ୱର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଗାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ କେଳାସ ରାୟ, ରମେଶ ଚନ୍ଦ୍ର ଦାଶ ବିଦ୍ୟାଳୟ ସମ୍ପାଦକ ମହେନ୍ଦ୍ର ବିଶୋଇ, ପ୍ରଧାନ ଶିକ୍ଷୟତ୍ରୀ କ୍ରୀଷ୍ଣା କୁମାରୀ ଦେଇ କାର୍ଯ୍ୟାଳୟ ଅଧିକାରୀ ଲକ୍ଷ୍ମୀଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଏକ ଓଡିଆ ଦେଶାତ୍ମକବୋଧକ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବର୍ଗରେ ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗୀତାରେ ଭାଗ ନେଇ ଦେଶାତ୍ମକବୋଧକ ସଙ୍ଗୀତ ଗାନ କରିଥିଲେ। ଶରଧାବାଲି ଏବଂ ବଡଶଙ୍ଖ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା ମିଶ୍ର ଏବଂ କୁନି ସାହୁ ବିଚାରକ ରୂପେ ଯୋଗ ଦେଇ କୃତୀ ବିଦ୍ୟାର୍ଥୀ ମନୋନୟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଉଦବୋଧନ ଦେଇ ବିଶ୍ୱ ସାକ୍ଷରତା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ରତ୍ନମଣି ଦଳେଇ ବୀଣାପାଣି ପ୍ରଧାନ, ତନୁଜା ମହାପାତ୍ର, ମମତା ଦାସ, ଗୋଲଡି ଭଞ୍ଜ, ଦିପ୍ତି ଦାଶ, ଜଳନ୍ଧର ବିଶୋ. ଜିତେନ୍ଦ୍ର କୁମାର ଡାକୁଆ, ସ୍ୱର୍ଣ୍ଣଲତା ପ୍ରଧାନ, ପ୍ରୀୟଦର୍ଶନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top