ନବରଙ୍ଗପୁର ୧୧-୬ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ନବରଙ୍ଗପୁର ଆର୍ନ୍ତଜାତୀୟ ମାନବାଧିକାର ସମିତି ଶାଖା ପକ୍ଷରୁ ମାନବାଧିକାର ସଂମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରହୀ ଯୋଗ ଦେଇଥିଲେ। ଓକିଲ ସଂଘ ସଭାପତି ନରସିଂହ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ରେଜିଷ୍ଟ୍ରାର ମନୋରଞ୍ଜନ ଦାଶ, ସମିତିର ରାଜ୍ୟ ସଭାପତି ସସ୍ମୀତା ଦାଶ, ଲାଇନ୍ସ କ୍ଲବ ସଭାପତି ତଥା ବିଶିଷ୍ଟ ସମାଜ ସେବୀ ଜଗନ୍ନାଥ ମହାପାତ୍ର, ବାର ସଂପାଦକ ରାମ ପ୍ରସାଦ ପାତ୍ର ଓ ସମିତିର ସ୍ଥାନୀୟ ଶାଖା ସଭାପତି ମଧୁସୂଦନ ସାହୁ ମଞ୍ଚାସୀନ ହୋଇଥିଲେ। ମୁଖ୍ୟ ଅତିଥି ମାନବାଧିକାର ସଂମ୍ପର୍କୀତ ବିଭିନ୍ନ ଆଇନ ସଂମ୍ପର୍କରେ ଉପସ୍ଥିତ ମହିଳା ଓ ପୁରୁଷଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏଥି୍ରେ ସମିତିର ସଂପାଦକ ଏ ସତିଶ, ସୁକାନ୍ତ ରଥ, ଶ୍ରୀଧର ପାତ୍ର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।
