ଆର୍ଥକ ତାଡନା ସହି ନପାରି ଦୁଇଶିଶୁଙ୍କୁ ବିଷ ପିଆଇ ମା ଖାଇଲା ବିଷ

ହାଟଡ଼ିହି,୧୩ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆର୍ଥôକ ତାଡନା ସହି ନପାରି ଜଣେ ମହିଳା ନିଜେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ସହିତ ତାର ଦୁଇ ଶିଶୁକନ୍ୟାଙ୍କୁ ବିଷ ପିଆଇ ମାରିଦେବାକୁ ଉଦ୍ରମ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ରାଇନଟା ଗ୍ରାମର ନନ୍ଦିଆ ନାୟକଙ୍କ ଝିଅ ନାହା ଗ୍ରାମର କାଠିଆ ଜେନାଙ୍କୁ ଗତ ୭ବର୍ଷ ତଳେ ଭଲପାଇ ବିବାହ କରିଥିଲା । ତାର ଗୋଟିଏ ୪ବର୍ଷର ଓ ଆଉ ଗୋଟିଏ ୩ବର୍ଷର ଝିଅ ଅଛନ୍ତି । କିନ୍ତୁ ପାୀରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ପାରିବାରିକ କଳହ ଲାଗି ରହିଥିଲା । ଗତ ଦୁଇ ମାସ ହେଲା କାଠିଆ ସ୍ତ୍ରୀ ଓ ଝିଅକୁ ଘରୁ ବାହାର କରିଦେବାପରେ ସ୍ତ୍ରୀ ଝିଅ ଦୁହିଙ୍କୁ ଧରି ବାରଦୁଆର ମାଗିକରି ଚଳୁଥିଲା । ଗତ ଦୁଇଦିନ ହେଲା ଦୁଇ ଝିଅଙ୍କର ଦେହ ଖରାପହେବାରୁ ତାଙ୍କୁ ସୁନ୍ଦରାପାଳ ଡାକ୍ତରଖାନାରେ ଦେଖାଇ ଔଷଧ ପତ୍ର ମଧ୍ୟ ଆଣିଥିଲା । କିନ୍ତୁ ଆଜି ମାନସିକ ଭାରସାମ୍ୟ ହରାଇ ସଢ଼ାପାଖ ଆନନ୍ଦପୁର ମେନ କେନାଲର ଏକ ପୋଲ ନିକଟରେ ନିଜେ ବିଷ ପିଇବା ସହିତ ଦୁଇ ଛୁଆଙ୍କୁ ବିଷ ପିଆଇ ଦେଇଥିଲା । ପାଖରେ କାମ କରୁଥିବା କିଛି ଲୋକେ ଏହା ଦେଖି ସୁନ୍ଦରାପାଳ ଛକରେ ଆଲୋଚନା କରିବାରେ କିଛି ଯୁବକ ତୁରନ୍ତ ୧୦୮ ଆମ୍ବୁଲାନସ ଡାକି ମା ଓ ଦୁଇ ଝିଅଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି । ମାର ଅବସ୍ଥା ଗୁରୁତର ଥିବାବେଳେ ଝିଅ ଦୁଇଜଣଙ୍କ ଅବସ୍ଥା ଭଲଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *