ଜିଲ୍ଲା ପରିକ୍ରମା

ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଡିଆଳ/ନୂଆପଡା-୧୮.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କିଟ ଓ କିସ ତରଫରୁ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ନୂଆପଡା ଜିଲାର ଖଡିଆଳ ସ୍ଥିତ କସ୍ତୁରବା ବାଳାଶ୍ରମଠାରେ କଂଳିଗ ଟିଭି ପ୍ରତିନିଧି କୁନୁ କରୁଆଁଙ୍କ ନେତୃତ୍ୱରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଖଡିଆଳ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନିଲ କୁମାର ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ନ ଶବର, ସମ୍ମାନିତ ଅତିଥି ଭାବେ ଖଡିଆଳ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କସ୍ତୁରବା ବାଳାଶ୍ରମର ଅସହାୟ ୫୦ଜଣ ଅନ୍ତେବାସୀଙ୍କୁ ପ୍ୟାରଭରା ପ୍ୟାକ ଦ୍ୱାରା ଫଳ, ଜୁସ ଓ ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ଏଥସହ ସେମାନଙ୍କୁ ପାଠ୍ୟ ଉପକରଣ ମଧ୍ୟ ବଂଟନ କରାଯାଇଥିଲା। ସେହିଭଳି ଜିଲାର ଖଡିଆଳ ବ୍ଲକ ବଡ ଦୁହେଲ ଗାଁଠାରେ ମଧ୍ୟ ଆଦିବାସୀ ନେତା ବାଳକୃଷ୍ନ ଶବରଙ୍କ ନେତୃତ୍ୱରେ ଆର୍ଟ ଅଫ ଗିଭିଂ ମାଧ୍ୟମରେ ପ୍ୟାର ଭରା ପ୍ୟାକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଲୋକଙ୍କୁ ଜଳଖିଆ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମାଜର ଲୋକଙ୍କୁ ସୁଖ ଓ ଶାନ୍ତିର ବାର୍ତ୍ତା ବିତରଣ କରିବା ପାଇଁ ଶିକ୍ଷାବିତ, ସମାଜସେବୀ, କିଟ ଓ କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ପରିକଳ୍ପନାକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରସଂଶା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top