ଜିଲ୍ଲା ପରିକ୍ରମା

ଆର୍ଟିଓ ଅଫିସ୍ ରେ ଦଲାଲରାଜ୍

ଭଦ୍ରକ, ୩ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଆରଟିଓ ଅଫିସ୍ରେ ଚାଲିଛି ଦଲାଲରାଜ୍। ଏଠି ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆଗରେ ଚାଲେ ଏଭଳି ଦଲାଲି କାମ। କାହାକୁ ଅଛପା ନାହିଁ ଭଦ୍ରକ ଜିଲା ଆରଟିଓ ଅଫିସର ଦଲାଲ କାରବାର। ଗାଡି ଫିଟ୍ନେସ୍ ଠାରୁ ଆରମ୍ଭ କରି ଡ୍ରାିଭିଂ ଲାଇସେନ୍ସ ବାହାର କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଚାଲେ ଦଲାଲଙ୍କ ମାଧ୍ୟମରେ। ସିଧା ସଳଖ ଭାବେ ଜଣେ ବ୍ୟକ୍ତି ଯାଇ ଆରଟିଓ ଅଫିସ୍ରେ ନିଜର ଗାଡି ଲାଇସେନସ୍ କି ଡ୍ରାଇଭିଂ ଲାଇସେନସ୍ ବାହାର କରିପାରିବ ନାହିଁ। ବ୍ୟକ୍ତିଗତ ଭାବେ ଏଭଳି ଉଦ୍ୟମ କଲେ, ଶେଷରେ ଲୋକଙ୍କୁ ହଇରାଣ ହେବାକୁ ପଡେ। ଦୌଡି ଦୌଡି ନୟାନ୍ତ ହେବାକୁ ପଡେ। ସରକାରଙ୍କର ଧାର୍ଯ୍ୟ ମୂଲ୍ୟଠାରୁ ବରଂ ପକେଟରୁ ଦୁଇ ପଇସା ଅଧିକ ଗଣିବାକୁ ପଡୁ। ହେଲେ ଭଦ୍ରକ ଆର୍ଟିଓ ଅଫିସର କର୍ମଚାରୀଙ୍କ ଦୌରାତ୍ମ୍ୟରୁ ରକ୍ଷା ମିଳୁ। ଏମିତି କଥା କହି ଡ୍ରାଇଭିଂ ଲାଇସେନସ୍ ଖଣ୍ଡେ ପାଇବା ପାଇଁ ଯାଉଥିବା ଲୋକ ନିଜର ଏପରି ମନଖୋଲା ଅଭିଯୋଗ କରୁଛି। ଭଦ୍ରକ ଆରଟିଓ କଣ ଲୋକଙ୍କର ଏଇ ଦୟନୀୟ ଅବସ୍ଥା କଥା ଜାଣିପାରୁନାହାଁନ୍ତି। ନା ଜାଣି ଅଜଣା ପରି ରହୁଛନ୍ତି। କେବଳ ଦଲାଲ ଧରିଲେ ସବୁ କାମ ସୁରୁଖୁରୁରେ ହୋଇଯାଉଛି। ତେବେ ଆରଟିଓ ଅଫିସର ଏଇ ବିଚିତ୍ର ନୀତି କାହିଁକି ହୋଇଛି। ଏଠି ଏତେ ଲୋକ ଚାକିରୀ କରି ସରକାରୀ ତହବିଲ୍ରୁ ଦରମା ନେବେ କାହିଁକି। ଅନ୍ଲାଇନ୍ ସିଷ୍ଟମରେ ଲାଇସେନ୍ସ କାର୍ଯ୍ୟ କରାଯାଉଥିଲେ ମଧ୍ୟ ସେଇ ପୁରୁଣା ଅମଳର ଦଲାଲମାନଙ୍କ କାଟ୍ତି ଏବେ ମଧ୍ୟ ଏଠି ବଳବତ୍ତର ରହିଛି। ଦଲାଲ କାରବାର ପାଇଁ ଭଦ୍ରକର ଆର୍ଟିଓ ଅଫିସର କିଛି ଅଧିକାରୀ ସିଧାସଳଖ ଭାବେ ଏଥିରେ ସଂପୃକ୍ତ ରହୁଛନ୍ତି। କେବଳ ଡ୍ରାଇଭିଂ ଲାଇସେନସ୍ ବାହାର କରିବା କ୍ଷେତ୍ରରେ ଏପରି ଘଟଣା ଘଟୁନାହିଁ। ନୂଆ ଗାଡି କିଣିଲେ ଗାଡି ନମ୍ବର ଠାରୁ ଆରମ୍ଭ କରି ଗାଡି ଲାିସେନସ ମଧ୍ୟ ଏଇଠାରେ ହୁଏ। ସେମିତି ଅନେକ ଦିନର ପୁରୁଣା ଗାଡି ଯେଉଁ ଗାଡି ଗୁଡିକ ଆଉ ଚାଲିବା ଯୋଗ୍ୟ ନୁହେଁ। ସେଭଳି ଗାଡିକୁ ଫିଟ୍ନେସ ଦେବା କାର୍ଯ୍ୟରେ ମଧ୍ୟ ଏଠି ହେରଫେର ଚାଲେ। ଜିଲାରେ ଏମିତି ଅନେକ ଗାଡି ରହିଛି, ଯାହାର ପିଟ୍ନେସ ଆଦୌ ନାହିଁ। ସେଭଳି ଗାଡି ମଧ୍ୟ ଭଦ୍ରକରେ ବହୁ ସଂଖ୍ୟାରେ ଚାଲୁଛି। ବିନା ଫିଟ୍ନେସ୍ ଗାଡିକୁ ମାଲ୍ ଦେଲେ ଫିଟ୍ କରି ଛାଡି ଦିଆଯାଉଛି। ଏଭଳି କାମ କରି ଭଦ୍ରକ ଆର୍ଟିଓ ଅଫିସ୍ରେ ଦଲାଲ ମାଲେମାଲ ହୋଇ ଉଠିଛନ୍ତି। ଭଦ୍ରକ ଜିଲା ଆରଟିଓ ଅଫିସର ଏଇ ଦଲାଲ ରାଜ୍ ଆଉ କେତେ ଦିନ ଚାଲିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବିନା ଫିଟ୍ନେସ୍ ଗାଡିକୁ ଫିଟ୍ନେସ୍ କରାଇ ଦେଖାଯିବା ଫଳରେ ଭଦ୍ରକର ପରିବେଶ ପ୍ରଦ୍ୟୁଷିତ ହେଉଛି। ଏମିତି କିଛି ଗାଡି ରହିଛି, ଯାହା କବାଡିଆଙ୍କୁ ବିକ୍ରି କରିବା କଥା। ସେଭଳି ଗାଡି ମଧ୍ୟ ଚାଲୁଛି। ଏସବୁ ପ୍ରତି ଭଦ୍ରକର ଆଞ୍ଚଳିକ ପରିବହନ ବିଭାଗ ଆଦୌ ଦୃଷ୍ଟି ଦେଉନାହିଁ। କେବଳ ଏଇ ଘଟଣା ନୁହେଁ ଆରଟିଓଙ୍କର ବହୁ କ୍ଷମତା ରହିଛି। ମାତ୍ର ତାହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉନାହିଁ। ଜିଲାରେ ଟ୍ରାଫିକ୍ ସମସ୍ୟା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଆର୍ଟିଓ କି ଏମ୍ଭିଆଇ ଆଦୌ ଏ ଦିଗରେ ଦୃଷ୍ଟି ଦିଅନ୍ତି ନାହିଁ। ଜିଲାରେ କେବଳ ମିଛ ମିଛିକା ସଡକ ସୁରକ୍ଷା ସପ୍ତାହ ପାଳନ ହେଉଥିବାବେଳେ ଏହାର ବାସ୍ତବ ଦିଗ ପ୍ରତି ବିଭାଗୀୟ ଅଧିକାରୀ ନଜର ଦିଅନ୍ତି ନାହିଁ। ଆପେ ବଂଚିଲେ ବାପାର ନାଁ ନ୍ୟାୟରେ ଚାଲିଛି ଜିଲାର ଆରଟିଓ ବିଭାଗ। ଏ ବିଭାଗର କାର୍ଯ୍ୟକଳାପ ଯାହା, ତାହା ନକହିବା ଭଲ। ବିଭାଗୀୟ ଅଚଳାବସ୍ଥାକୁ ନେଇ ସରକାର ଅନେକ ରାଜସ୍ୱ ହରାଉଥିବା ବେଳେ କିଛି ଅଧିକାରୀଙ୍କର ପକେଟ ଗରମ ହେବା ଏଠି କେବଳ ସାର ହୋଇଛି। ଆରଟିଓ ଅଫିସ୍ରେ ଏଇ ପ୍ରକାର କାର୍ଯ୍ୟକଳାପକୁ ନେଇ ଏବେ ଭଦ୍ରକର ବହୁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top