ଜିଲ୍ଲା ପରିକ୍ରମା

ଆରୋପ ପ୍ରତ୍ୟାରୋପ ମଧ୍ୟରେ ବରପଦା ଇଂଜିନିୟରିଂ କଲେଜର ଭାଗ୍ୟ : ମହାବିଦ୍ୟାଳୟର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –   ଭଦ୍ରକର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରେ ବହୁ ପୁରାତନ ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ଅନ୍ୟତମ । କିନ୍ତୁ ପରିଚାଳନାଗତ ତୃଟି ଓ ଅନ୍ୟ କେତେକ ସମସ୍ୟା ଅଭିଯୋଗକୁ ନେଇ ବର୍ତ୍ତମାନ ଏହାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଏହି ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଏବଂ ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆରୋପ ପ୍ରତ୍ୟାରୋପ ମଧ୍ୟରେ ମହାବିଦ୍ୟାଳୟର ଭାଗ୍ୟ ଅନିଶ୍ଚିତ ହୋଇ ପଡ଼ିଛି । ଗତ ମାସ ୨୫ତାରିଖ ଉକ୍ତ ପୁରାତନ ଅନୁଷ୍ଠାନକୁ ସରକାର ହାତକୁ ନେବା, ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, କର୍ମଚାରୀଙ୍କ ପଦୋନ୍ନତି, ପୂର୍ବରୁ ଅନୁଷ୍ଠାନର ଶତାଧିକ କୋଟି ଟଙ୍କା ହଡ଼ପ ପ୍ରସଙ୍ଗରେ ବିଧିବଦ୍ଧ ତଦନ୍ତ ସମେତ ଆଉ କେତେକ ଦାବିକୁ ନେଇ କେତେକ କର୍ମଚାରୀ ଓ ଗଣତାନ୍ତ୍ରିକ ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆନେ୍ଦାଳନ ଡ଼ାକରା ଦେଇଥିଲେ । ଠିକ ଏହାର ୪ଦିନ ପରେ ମହାବିଦ୍ୟାଳୟର ଆଉ କେତେକ କର୍ମଚାରୀ, ବରପଦା ଅଞ୍ଚଳର ବୁଦ୍ଧିଜୀବୀ ଓ ଭଦ୍ରକ ସ୍ୱାଭିମାନ ମଞ୍ଚ ପକ୍ଷରୁ ଅନୁରୂପ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସ୍ୱାର୍ଥ ସହିତ ନ ଖେଳିବାକୁ ଆହ୍ୱାନ ଦିଆଯାଇଛି । ୪ମାସର ବକେୟା ବେତନ ପ୍ରଦାନ, ୨୦୧୫ରୁ ଗଠିତ ମଧ୍ୟବର୍ତ୍ତୀକାଳୀନ ପରିଚାଳନା କମିଟି ସମୟରେ ଗତ ୪ବର୍ଷର ଆୟ ବ୍ୟୟର ବିବରଣୀ ପ୍ରଦାନ ଓ କମିଟିରେ ୨ଜଣ କର୍ମଚାରୀଙ୍କୁ ଗଣତାନ୍ତ୍ରିକ ଭାବେ ନିର୍ବାଚିତ କରି ସଦସ୍ୟ ରଖିବାକୁ ସେମାନେ ଦାବି କରିଥିଲେ । ୨୦୧୫ରେ ସରକାରଙ୍କ ଦ୍ୱାରା ଗଠିତ ମଧ୍ୟବର୍ତ୍ତୀକାଳୀନ କମିଟିରେ ମନୋନୀତ କର୍ମଚାରୀ ପ୍ରତିନିଧି କମିଟିର ଅଧ୍ୟକ୍ଷ ଜିଲ୍ଲାପାଳଙ୍କ କାର୍ଯ୍ୟବ୍ୟସ୍ତତାର ସୁଯୋଗରେ ବହୁ ଅନୈତିକ କାର୍ଯ୍ୟ ଚଳାଇଛନ୍ତି । ଏହି ୪ବର୍ଷ ମଧ୍ୟରେ ବ୍ୟାପକ ଆର୍ଥôକ ଅନିୟମିତତା ହୋଇଛି । ପୂର୍ବରୁ ସୋସାଇଟି ରଖିଥିବା ୮କୋଟି ଟଙ୍କାର କୌଣସି ହିସାବ ନାର୍ହିିଁ । ଗତ ୪ବର୍ଷ ମଧ୍ୟରେ ୬୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଅଗ୍ରୀମ ଅକାରରେ କେତେକ କର୍ମଚାରୀଙ୍କ ନାମରେ ଉଠାଯାଇଛି । ମଧ୍ୟବର୍ତ୍ତୀକାଳୀନ କମିଟିର କର୍ମଚାରୀ ପ୍ରତିନିଧିଙ୍କ ମନୋମୁଖୀ ଆଚରଣ ପାଇଁ ଇତି ମଧ୍ୟରେ ୨ଜଣ ଅଧ୍ୟକ୍ଷ  କଲେଜ ଛାଡ଼ି ସାରିଛନ୍ତି । ତେଣୁ କଲେଜ ପରିଚାଳନାରେ ଅନିଶ୍ଚିତତା ଦେଖା ଦେଇଛି । ଏହି କମିଟି ଗଠନ ହେବା ଦିନଠାରୁ  କଲେଜର ଅବକ୍ଷୟ ଆରମ୍ଭ ହୋଇଯାଇଛି । ତେଣୁ ଅନୁଷ୍ଠାନର ବାସ୍ତବ ସମସ୍ୟାର ସମାଧାନ ପରିବର୍ତ୍ତେ ଏହାର ରାଜନୀତିକରଣ କରାନଯିବାକୁ ସେମାନେ ଦାବି କରିଛନ୍ତି । ସରକାରୀ ଜମି ଏବଂ କୋଠାବାଡି ଉପରେ ପ୍ରତିଷ୍ଠିତ ଉତ୍ତର ଓଡିଶାର ସର୍ବପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ ବିଗତ ବହୁ ବର୍ଷର ହିସାବ ତନଖି କରାଯାଇ ନାହିଁ । ଏହାର ବିଧିବଦ୍ଧ ତନଖି ସରକାରୀ ସ୍ତରରେ କରାଗଲେ କୋଟି କୋଟି ଟଙ୍କାର ହେରଫେର୍ର ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବର୍ତ୍ତମାନ ଏହି ଅନୁଷ୍ଠାନର ମଧ୍ୟବର୍ତ୍ତୀକାଳୀନ ପରିଚାଳନା କମିଟିର ମୁଖ୍ୟ ଥିବା ଜିଲ୍ଲାପାଳ ମଧ୍ୟ ହିସାବ ତନଖି ନ କରିବାର ଉଦେ୍ଦଶ୍ୟ କଣ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେତେବେଳେ କି ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ ହେଲା ସେତେବେଳେ ରାଜ୍ୟ ସ୍କିଲ ଡେଭେଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେଶନ ବିଭାଗର ଚିଠି ସଂଖ୍ୟା – ଆଇ-ଟିଟିଇ-୫୭/୨୦୧୫/୨୮୭୮/ଏସଡିଟିଇ ବିବିଏସ, ତା-୨୩.୦୫.୨୦୧୬ ମୂଳେ ଜିଲ୍ଳାପାଳଙ୍କୁ ଏହାର ତଦନ୍ତ କରାଯାଇ ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ଜିଲ୍ଳାପାଳ ଏହାର ତନଖି କରି ନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top