ଓଡ଼ିଶା

ଆରୁଷି ମର୍ଡର କେସ: ହାଇକୋର୍ଟର ଫଇସଲା ବିରୁଦ୍ଧରେ ସୁପ୍ରିମ କୋର୍ଟ ପହଁଚିଲା ସିବିଆଇ

ନୂଆଦିଲ୍ଲୀ ୮-୩ (ଓଡ଼ିଆ ପୁଅ) ବହୁଚର୍ଚିତ ଆରୁଷି-ହେମରାଜ ମର୍ଡର କେସ ମାମଲାରେ ସିବିଆଇ ସୁପ୍ରୀମ କୋର୍ଟରେ ତଲବାର ଦମ୍ପତିଙ୍କର ହାଇ କୋର୍ଟର ଫଇସଲା ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଛି। ୧୨ ଅକ୍ଟୋବର ୨୦୧୭ ରେ ଆଲହାବାଦ ହାଇକୋର୍ଟ ରାଜେଶ ତଲବାର ଏବଂ ନୁପୁର ତଲବାରଙ୍କର ପ୍ରମାଣ ଅଭାବରୁ କ୍ଲିନ ଚିଟ ଦେଇଥିଲେ।

ସୂଚନାଯୋଗ୍ୟଯେ, ୧୬ ମଇ ୨୦୦୮ରେ ନୋଏଡାର ଜଲବାୟୁ ବିହାରରେ ରହୁଥିବା ୧୪ ବର୍ଷର ଆରୁଷିର ହତ୍ୟା ହୋଇଥିଲା। ପ୍ରାରମ୍ଭିକ ଜାଞ୍ଚରୁ ପୁଲିସକୁ ଘରର ଚାକର ହେମରାଜ ଉପରେ ଶକ ହୋଇଥିଲା। କିନ୍ତୁ ଦୁଇ ଦିନ ପରେ ଘରର ଛାତ ଉପରେ ହେମରାଜର ଶବ ମିଳିଲା। ଏହି ମାମଲା ଆରମ୍ଭ ରୁ ନେଇକରି ଆଜିପର୍ୟ୍ୟନ୍ତ ଏକ ମିସ୍ଟ୍ରୀ ହୋଇ ରହିଛି। ଆଜି ମଧ୍ୟ ଏହା ପ୍ରମାଣିତ ହୋଇପାରୁନାହିଁ କି ହତ୍ୟା କିଏ କରିଛି ବୋଲି? ଏବେ ସିବିଆଇ ଏହି ମାମଲାକୁ ନେଇକରି ସୁପ୍ରିମ କୋର୍ଟ ପହଁଚିଛି। ସିବିଆଇ ନିଜର ଅପିଲରେ କହିଛି କି ତଳ ନ୍ୟାୟାଳୟର ଫଇସଲା ଠିକ୍ ଥିଲା ଏବଂ ହାଇ କୋର୍ଟ ତଳ ନ୍ୟାୟାଳୟର ଫଇସଲାକୁ ଓଲଟାଇ ତଲବାର ଦମ୍ପତ୍ତିଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top