ଆରମ୍ଭ ହେଲା ଶ୍ରୀମନ୍ଦିର ଯାଞ୍ଚ

ପୁରୀ:୧୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୋମବାର ଠାରୁ ଶ୍ରୀମନ୍ଦିର ଯାଞ୍ଚ କରିବା ଆରମ୍ଭ କରିଛି ଏସ୍ଆଇ। ତିନିଦିନ ଧରି ତନ୍ନ ତନ୍ନ କରି ଯାଞ୍ଚ କରିବେ ବିଶେଷଜ୍ଞ ଦଳ। ଏନେଇ ଆଜି କୋର୍ କମିଟି ଚେୟାରମ୍ୟାନ ଏ.ପି ଗୁପ୍ତା ଓ ଜି.ସି. ମିତ୍ରଙ୍କ ନେତୃତ୍ୱରେ ୮ରୁ ୧୦ଜଣ ବିଶେଷଜ୍ଞ ଦଳ ଯାଞ୍ଚ ପରଖିଥିବା ବେଳେ ଗର୍ଭଗୃହ, ନାଟ୍ୟମଣ୍ଡପ, ଜଗମୋହନ ଓ ଶ୍ରୀମନ୍ଦିର ସଂଯୋଗ ସ୍ଥଳରୁ ପାଣି ଗଳିବାକୁ ପୂର୍ଣ୍ଣ ରୂପେ ଧ୍ୟାନ ଦିଆଯିବ ବୋଲି ମତ ରଖିଛନ୍ତି। ଏଥିସହ ମଙ୍ଗଳବାର ଚେନାଇ ଓ ଖଡଗପୁରରୁ ପ୍ରଫେସରମାନେ ଆସି ଯାଞ୍ଚ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ଏବଂ ବ୍ଲୁ ପ୍ରିଣ୍ଟ ଅନୁସାରେ କାର୍ଯ୍ୟ ଆଗକୁ ବଢ଼ିବ। ବିଶେଷଜ୍ଞମାନେ ନାଟମଣ୍ଡପର ବର୍ତ୍ତମାନ ସ୍ଥିତି ଓ ଏହାର ମରାମତି କିପରି ହେବ ସେ ନେଇ ଯାଞ୍ଚ କରିବେ। ଶ୍ରୀମନ୍ଦିର ଗର୍ଭଗୃହର ଓ ଜଗମୋହନର ସନ୍ଧି ସ୍ଥଳରେ ବର୍ଷାଜଳ ଗଳୁଥିବାରୁ ଏହାର ମଧ୍ୟ ଯାଞ୍ଚ ଓ ତଦାରଖ କରାଯିବ। ଶ୍ରୀମନ୍ଦିର ମରାମତି ସମ୍ପର୍କରେ ହାଇକୋର୍ଟ ତଦାରଖ କରିଥିବା ବେଳେ ଏହି ଯାଞ୍ଚ କାର୍ଯ୍ୟ ବିଶେଷ ମହତ୍ୱ ରଖୁଛୁ। ଆସନ୍ତା ଶୁଣାଣି ପୂର୍ବରୁ ଏସ୍ଆଇ ପକ୍ଷରୁ ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ନେଇ ସତ୍ୟପାଠ ଦାଖଲ କରାଯିବ।

Leave a Reply

Your email address will not be published. Required fields are marked *