ad
ଓଡ଼ିଶା

ଆରମ୍ଭ ହେଲା ଶ୍ରୀକ୍ଷେତ୍ରରେ ଛୁଲଣ ଯାତ୍ରା: ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ:୨୧/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରାବଣ ଶୁକ୍ଲ ଏକାଦଶୀ ମଙ୍ଗଳବାର ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବର୍ଷାକାଳୀନ ରାସ ଝୁଲଣ ଉତ୍ସବ। ଏଥିପାଇଁ ଚଳଚଞ୍ଚଳ ହୋଇ ପଡିଛି। ଶ୍ରୀମନ୍ଦିର ଜଗନ୍ନାଥ ବଲ୍ଲଭ ଓ ମଠବାଡି ଶ୍ରୀମନ୍ଦିରର ଝୁଲଣ ମଣ୍ଡପରେ ମହାପ୍ରଭୁ ବିଜେ କରିଥିବା ବେଳେ ବଲ୍ଲଭର ଝୁଲଣ କୁଣ୍ଡରେ ଝୁଲୁଛନ୍ତି ରାଧାବାଧମ। ଏହି ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବାହାରିବା ପରେ ପୁଷ୍ପାଳକ ସେବକମାନେ ମଇଲମ ନୀତି ସମ୍ପାଦନ କରିଥିଲେ। ଚନ୍ଦନ ସର୍ବାଙ୍ଗ ପରେ ମହାଜନ ସେବକମାନେ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣଘର ଫଟୋ ଶେଯ ଉପରେ ବିଜେ କରାଇଥିଲେ। ଏଥିସହିତ ମଦନମୋହନକୁ ମଧ୍ୟ ବିଜେ କରାଯାଇଥିଲା। ପରେ ଭଣ୍ଡାର ମେକାପ ଆଣିଥିବା ସ୍ୱର୍ଣ୍ଣ ଅଳଙ୍କାରଙ୍କୁ ତିନି ଚଳନ୍ତି ପ୍ରତିମାଙ୍କୁ ଲାଗି କରାଯାଇ ବେଶ ବଢ଼ିଥିଲା। ପାଳିଆ ଖୁଣ୍ଟିଆଙ୍କୁ ଆଜ୍ଞାମାଳ ମହାପ୍ରଭୁଙ୍କୁ ଉତ୍ତର ଓ ଦକ୍ଷିଣ ଭୁଜରେ ଲାଗି କରାଯାଇଥିଲା। ଏହା ପରେ ପାଣି ପଡି ପ୍ରତିହାରୀ ବୂଜା ଠା କରିଥିଲେ। ତତ୍ପରେ ଛାମୁ ଦିହୁଡି ସହ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନକୁ ମହାଜନ ସେବକମାନେ ରତ୍ନ ସିଂହାସନରୁ ବିଜେ କରାଇଥିଲେ। ପୁଷ୍ପାଳକ ଦ୍ୱାରା ତିିନି ବାଡରେ କର୍ପୂର ଲାଗି ପରେ ସନ୍ଧ୍ୟା ଆଳତୀ ବଢ଼ିଥିଲା। ପରେ ଛାମୁ ଦିହୁଡି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାକୁ ହାତରେ ବିଜେ କରାଇ ଜଗମୋହନ ବଡଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ଅଧିଷ୍ଠିତ କରାଇଥିଲେ। ମୁଦିରସ୍ଥ ଝୁଲଣ ମଣ୍ଡପରେ ବନ୍ଦାପନା ନୀତି କରାଇଥିଲେ। ରତ୍ନ ସିହାଂସନରେ ଠାକୁରମାନଙ୍କ ଝୁଲଣ ମଣ୍ଡପରେ ବନ୍ଦାପନା ନୀତି କରାଇଥିଲେ। ରତ୍ନ ସିହାଂସନରେ ଠାକୁରମାନଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନମାନେ ମଇଲମ କରି ମଦନମୋହନକୁ ଦକ୍ଷିଣ ଘର ଓ ଶ୍ରୀଦେବୀଙ୍କୁ ରତ୍ନ ସିହାଂସନରେ ବିଜେ କରାଇଥିଲେ। ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଏହି ଝୁଲଣ ଯାତ୍ର ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ପ୍ରବଳ ଭିଡ ଲାଗି ରହିଥିଲା। ସେହିପରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡିରେ ମଧ୍ୟ ଆରମ୍ଭ ହୋଇଛି ଝୁଲଣ ଯାତ୍ରା। କୁଞ୍ଜରେ ବିଜେ କରିଛନ୍ତି ରାଧାମାଧବ। ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି ଝୁଲଣ କୁଞ୍ଜକୁ। ବିଭିନ୍ନ ରଙ୍ଗ ବେରଙ୍ଗ ବିଦ୍ୟୁତ ଆଲୋକମେଳାଜ୍ସେଜ୍ଜିତ କରାଯାଇଛି। ଏମାର ମଠ, ପାପୁଡିଆ ମଠ, ବଡ ଓଡିଆ ମଠ, ଜିଅରସମୀ ମଠ, ଝାଞ୍ଜପିଠା ମଠ, ମାତା ମଠ, ଉତ୍ତର ପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ ଆଦି ବିଭିନ୍ନ ମଠରେ ଝୁଲଣ ଆରମ୍ଭ ହୋଇଛି। ଝୁଲଣ କୁଞ୍ଜରେ ଠାକୁର ଦୋଳିରେ ଝୁଲୁଥିଲା ବେଳେ ମହାପ୍ରଭୁଙ୍କୁ କୁଞ୍ଜରେ ଦର୍ଶନ କରି ଭକ୍ତମାନେ ଆନନ୍ଦ ଲାଭ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top