ଓଡ଼ିଶା

ଆରମ୍ଭ ହେଲା ରୁବେଲା ଟିକାକରଣ… ଟିକା ନେଇ ୩ ଛାତ୍ର ଅସୁସ୍ଥ

ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସୋମବାରରୁ ଆରମ୍ଭ ହୋଇଛି ରୁବେଲା ଟିକାକରଣ। ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ଏକ ସଚେତନତା ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ବାହାରିଲା। ଉପମୁଖ୍ୟ ଚିକିତ୍ସାଧିକାରୀ ଡାଃ ବ୍ରଜବନ୍ଧୁ ଦାସ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦଘାଟନ କରିଥିବା ବେଳେ ଡାଃ ଭାସ୍କର ସାମନ୍ତରାୟ, ପିଏମଟି ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ତିଲେ। ଏନଏମ୍ ଛାତ୍ରମାନେ ବିଭିନ୍ନ ସଚେତନତା ପ୍ଲାକାର୍ଡ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗଦାଧାର ଉଚ୍ଚବିଦ୍ୟାଳୟରେ ଟିକା କରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଜିଲ୍ଲାପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ ଏହାକୁ ଉଦଘାଟନ କରି ମିଳିମିଳା ଓ ଜର୍ମାନ ମିଳିମିଳାର ପ୍ରତିଷେଧକ ଦିଗରେ ସରକାରଙ୍କ ଏହା ଏକ ଉତ୍ତମ ପଦକ୍ଷେପ ବୋଲି କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ହରିହର ପଟ୍ଟନାହକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ୯ ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାକୁ ଏହି ରୁବେଲା ଟିକା ଦିଆଯିବ। ୫ ସପ୍ତାହ ଧରି ବିଭିନ୍ନ ପର୍ଯ୍ୟାୟରେ ବିଦ୍ୟାଳୟ ଅଙ୍ଗନୱାଡୀ କେନ୍ଦ୍ର, କମ୍ୟୁନିଟି ସେଣ୍ଟର କାର୍ଯ୍ୟକ୍ରମରେ ଏହି ଟିକାକରଣ କାର୍ଯ୍ୟ ଚାଲୁରହିବ। ପ୍ରତ୍ୟେକ ଏହି ଟିକା ନେଇ ମିଳିମିଳା ଓ ଜର୍ମାନ ମିଳିମିଳା ପରିଣୋଧ କରିବା ପାଇଁ ସେ ପରାମର୍ଶ ଦେିଥିଲେ। କାର୍ଯ୍ୟକ୍ରମକୁ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ପିଡି ଡଃ ଉଦ୍ଧବ ଚନ୍ଦ୍ର କୁମାର ମାଝୀ, ଅତିରିକ୍ତ ଶିକ୍ଷା ଅଧିକାର ମଂଜୁ ବେହେରା, ଡିପିସି ସୈାନ୍ଦର୍ଯ୍ୟ ମଂଜରୀ ଦାସ, ମଣ୍ଡଳ ଶିକ୍ଷା ଅଧିକାରୀ ମମତା ମିଶ୍ର, ଉପମୁଖ୍ୟ ଚିକିତ୍ସାଧିକାର ଡାଃ ବ୍ରଜବନ୍ଧୁ ଦାସ, ଡଃ ଭାସ୍କର ସାମନ୍ତରାୟ, ଡିପିଏମ ନାରାୟଣ ରାଓ, ସମ୍ଭୁନାଥ ହୋତା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶିଲ କୁମାର ବ୍ରହ୍ମା ପ୍ରମୁଖ ମଂଚାସୀନ ଥିଲେ। ପରେ ଅତିଥୀ ଗଣ ରୁବେଲାଭାଏଲକୁ ଉନ୍ମୋଚନ କରିବା ସହ ଟିକାକରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସେଂଟ ଜାଭିୟର ସ୍କୁଲର ୩ ଜଣ ଛାତ୍ର ଟିକା ନବା ପରେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସା ପାଇଁ ସଦର ଅହକୁମା ଚିକିତ୍ସାଳୟରେ ଭର୍ତି କରିଥିାଲେ। ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରପ୍ରସାଦ ପଟ୍ଟନାହକ ଆମ ପ୍ରତିନିଧିଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ପିଲାମାନେ ଖାଲି ପେଟରେ ଥିବାରୁ ଅସୁସ୍ଥ ହୋଇପଡିଥିଲେ। ଟିକାକରଣରେ କୈାଣସି ତ୍ରୁଟି ନାହିଁ। ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରୁଖୁରୁ ରେ ଚାଲିଥିବା ପ୍ରକାଶ କରିଥିଲେ। ସର୍ବସାଧାରଣ ଟିକାକରରରେ ସମସ୍ତ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top