ପୁରୀ:୧୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବୁଧବାର ଚନ୍ଦ୍ର ଦର୍ଶନ ପରେ ଆରମ୍ଭ ହୋଇଛି ମୁସଲମାନମାନଙ୍କ ପବିତ୍ର ରମ୍ଜାନ ମାସ। ଏଥିପାଇଁ ଚଳଚଞ୍ଚଳ ହୋଇଛି ପୁରୀ ସହରରେ ଥିବା ମସ୍ଜିଦ୍ଗୁଡିକ। ହିନ୍ଦୁଙ୍କର କାର୍ତ୍ତିକ ମାସ ଭଳି ମୁସଲମାନ ଧର୍ମଶାସ୍ତ୍ରରେ ରମଜାନକୁ ଧର୍ମମାସ ଭାବେ ବିବେଚନା କରାଯାଇଥାଏ। ପ୍ରତ୍ୟେକ ମୁସଲମାନ ଏହି ମାସରେ ରୋଜା ବା ଉପଭାସ ରଖିଥାନ୍ତି। ବିଶ୍ୱାସ ରହିଛି ରୋଜା ରଖିବା ଦ୍ୱାରା ଆଲ୍ଲା ସମସ୍ତ ଭୁଲ ମାପ କରିବା ସହ ଆର୍ଶୀବାଦ ପ୍ରଦାନ କରିଥାନ୍ତି। ରମ୍ଜାନ ମାସକୁ ନେଇ ମୁସଲମାନ ଭାଇ ଭଉଣୀଙ୍କ ମଧ୍ୟରେ ଦେଖାଦେଇଛି ବେଶ ଉତ୍ସାହ। ରମଜାନ ମାସରେ ୫ଥର ନମାଜ ପାଠ ସହ ସନ୍ଧ୍ୟାରେ ସ୍ୱତନ୍ତ୍ର ତରାବି ନମାଜ ପାଠ କରାଯାଇଥାଏ। ଗୁରୁବାର ଠାରୁ ପୁରୀରେ ମସ୍ଜିଦ୍ରେ ଦୁଇଥର ନମାଜ୍ ପାଠ କରାଯାଉଛି। ମୁସଲମାନମାନେ ଏଥିପାଇଁ ଭୋର ୩ଟା ୪ମିନିଟ୍ରୁ ଉପବାସ କରୁଛନ୍ତି। ଏହି ସମୟରେ ସେ ପାଣି ମଧ୍ୟ ପିଅନ୍ତି ନାହିଁ। ୩୦ଦିନ ପର୍ଯ୍ୟନ୍ତ ସେମାନେ ଏହି ନିର୍ଜଳା ଉପବାସ କରିଥାନ୍ତି। ସୂର୍ଯ୍ୟଦୋୟ ପୂର୍ବରୁ କିଛି ଖାଦ୍ୟ ଖାଇ ତଥା ସେହେରି ଶାରୀ ଦିନ ତମାମ କାଷ୍ଠା ଉପବାସ କରିବା ସହ ପ୍ରାର୍ଥନା କରିଥାନ୍ତି। ଭୋର ୪ଟାରେ ପ୍ରଥମ ନମାଜ ପାଠ ହୋଇଥାଏ। ଦିନ ସାରା ଉପବାସ ଥିବା ମୁସଲମାନ ଭାଇ ଓ ଭଉଣୀମାନେ ସନ୍ଧ୍ୟା ସାଢ଼େ ୬ଟାରେ ମଗ୍ରିନ୍ ନମାଜ ପରେ ଉପବାସ ଭଙ୍ଗ କରିବା ସହ ଫଳମୂଳ ଓ ମିଠା ଖାଇଥାନ୍ତି। ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।
