ଓଡ଼ିଶା

ଆରମ୍ଭ ହେଲା ଭିତର ଚନ୍ଦନ

ପୁରୀ:୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ହଳଦି ପାଣିରେ ଶେଷ ହୋଇଛି ମହାପ୍ରଭୁଙ୍କ ୨୧ ଦିନବ୍ୟାପି ବାହାର ଚନ୍ଦନ ଯାତ୍ରା। ବୁଧବାର ଠାରୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ଏହା ୨୧ ଦିନଧରି ହେଉଥିବା ବେଳେ ଚଳିତ ବର୍ଷ ଜୋଡ଼ା ଜ୍ୟେଷ୍ଠ କାରଣରୁ ଏହା ୫୧ ଦିନଧରି ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହୋଇଛି। ଭିତର ଚନ୍ଦନ ପାଇଁ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଗାମାଳ ପାଇଁ ରୋହିଣୀ ମୁକ୍ତ ନିଦେର୍ଶ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିଥିଲେ। ସୁବାସିତ ପୁଷ୍ପ, କର୍ପୁର, ଚନ୍ଦନ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟ ଯୁକ୍ତ ପାଣିରେ ଠାକୁର ଅଧିଷ୍ଠିତ ହୋଇଥିଲେ।ପରେ ପୂଜା ପଣ୍ଡା ପଚୋଂପଚାରରେ ଶିତଳ ଭୋଗ କରିବାପରେ ଠାକୁରଙ୍କୁ ବେଶ କରାଯାଇଥିଲା। ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କରିବାପରେ ଚନ୍ଦନ ପାଣିରେ ପିଚ୍ କାରୀ ନୀତି କରିଥିଲେ। ଏହି ଭଳି ଭାବେ ୫୧ଦିନଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଜ୍ୟେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଶିତଳ ଷଷ୍ଠି ଓ ରୁକ୍ମୁଣୀ ହରଣ ଏକାଦଶୀ ତିଥିରେ ଶ୍ରୀ ମନ୍ଦିର ଜଳକ୍ରୀଡ ମଣ୍ଡପଠାରେ ଠାକୁର ମାନେ ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top