ad
ଓଡ଼ିଶା

ଆରମ୍ଭ ହେଲା ପିଠା ଯୋଜନା

ଧରାକୋଟ:୧୫/୧୮(ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ମୁଣ୍ଡମରାଇ,ଧରାକୋଟ,ବରାଡାବିଲି ତିନି ଗୋଟି ପଞ୍ଚାୟତ ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ତରଫରୁ ନୂଆଁକରି ଆରମ୍ଭ ହୋଇଥିବା ପିଠା ଯୋଜନାର ଶୁଭାରମ୍ଭ ହୋଇଯାଇଛି ।
ଏହି ଯୋଜନା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।ପିଠା ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଚେତନା କରାଯିବା ସହ ଏଥିରୁ କେମିତି ସୁଫଳ ପାଇପାରିବେ ଏହାର ମୂଳ ଲକ୍ଷ୍ୟ । ବିଶେଷକରି ଗ୍ରାମାଞ୍ଚଳ ବସବାସ କରୁଥିବା ଲୋକମାନେ ପଞ୍ଚାୟତ ପ୍ରତିନିଧି ପାଖକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ ଯାହା ଦ୍ୱାରା ପଞ୍ଚାୟତ ମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଯଥାଶୀଘ୍ର ସମ୍ଭବପର ହୋଇପାରିବ ।

ଏହି କାର୍ୟ୍ଯକ୍ରମ ଦ୍ୱାର ରାଜ୍ୟ ସରକାରଙ୍କ ପ୍ରମୁଖ ଜନହିତକର କଲ୍ୟାଣ ଯୋଜନା ଯେପରି ବିଜୁ ପକା ଘର,୯୫ଦିନ ଶ୍ରମିକ ମଜୁରୀ,ଇନ୍ଦିରା ଆବାସ ଯୋଜନାରେ ଅତିରିକ୍ତ ପୁରସ୍କାର ରାଶି ୨୦,୦୦୦ ପ୍ରଦାନ, ମହିଳା ସଶକ୍ତିକରଣ, ମିଶନ ଶକ୍ତି, ମଧୁବାବୁ ପେନସନ ଯୋଜନା, ନିର୍ମାଣ ଶ୍ରମିକ ସହାୟତା,ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା, ମମତା ଯୋଜନା, ହରିଶ୍ଚନ୍ଦ ଯୋଜନା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ସ୍ୱଚ୍ଛ ଭାରତ ଯୋଜନା,ଟ-୫ ଆହାର ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ଏପରି ଅନେକ ଲୋକାଭିମୁଖ ଯୋଜନା ବିଷୟରେ ଲୋକ ମାନଙ୍କୁ ଅବଗତ କରାଯିବା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ଏହାର ଫାଇଦା ନେବା ସହ କେହିବି ବଞ୍ଚିତ ନରୁହନ୍ତୁ ।

ମୁଣ୍ଡମରାଇ ଠାରେ ଚାଲିଥିବା କାର୍ଯ୍ୟକ୍ରମରେ ଅତିଥି ଭାବେ ଧରାକୋଟ ବ୍ଳକ ଅଧ୍ୟକ୍ଷ ଶ୍ରୀମତୀ ରିନା ଗୋୖଡ଼,ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ତ୍ରିପାଠୀ,ଧରାକୋଟ ତହସିଲଦାର ଶ୍ରୀଯୁକ୍ତ ଗଦାଧର ପାତ୍ର, ଏବିଡିଓ ଅରବିନ୍ଦ ପାଢ଼ୀ, ମୁଣ୍ଡମରାଇ ସମିତି ସଭ୍ୟା ସୁନିତା ଗୋୖଡ଼,ମୁଣ୍ଡମରାଇ ସରପଞ୍ଚ ଜୟନ୍ତୀ ମାଳା ବାରିକ, ବିଜୁ ଯୁବ ବାହିନୀ ସଭାପତି ଶ୍ୟାମ ସୁନ୍ଦର ପାଢ଼ୀ, ଯୁବ ବାହିନୀ ସମ୍ପାଦକ ଦେବାଶିଷ ବାରିକ, ଅନୁପ ହୋତା, ଶିବ ଶଙ୍କର ପୃଷ୍ଟି, ଗଦାଧର ଡ଼ାକୁଆ,ଦୀପକ ସାହୁ, ଡ଼ବ୍ଳୁଇଓ ପ୍ରଶନ୍ନ କୁମାର ମିଶ୍ର ସହିତ ପଞ୍ଚାୟତର ସମସ୍ତ ଅଙ୍ଗନାବାଡ଼ି କର୍ମୀ ସମେତ ପଞ୍ଚାୟତରୁ ପ୍ରାୟ ୧୫୦୦ ଉର୍ଦ୍ଧ ଲୋକ ଜମା ହୋଇଥିଲେ ।ଶେଷରେ ଭୋଜନ କରାଯିବା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top