ଆରମ୍ଭ ହେଲା ଜିଲ୍ଲା ସ୍ତରିୟ ଲୋକ କଳା ଉତ୍ସବ

ପୁରୀ, ୨୬/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :- ପୁରୀ ଜିଲ୍ଲା ସ୍ତରୀୟ ଲୋକକଳା ଉତ୍ସବ ସୋମବାର ପୁର୍ବାହ୍ନରେ ଉଦ୍ଘାଯିତ ହୋଇଯାଇଛି।ଏହି ଅବସରରେ ପୁର୍ବାହ୍ନ ୯ ସମୟରେ ଡାକ୍ତରଖାନା ଛକରୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରୀ ଥିଲା।ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସଙ୍କ ଉପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ. ଉଦ୍ଧବ ଚନ୍ଦ୍ର ମାଝି ସବୁଜ ପତାକା ଦେଖାଇ ଏହି ଲୋକକଳା ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଶୋଭାଯାତ୍ରାରେ ପାଇକ ଆଖଡା, ରାମଲୀଳା, ଗୋଟିପୁଅ ନୃତ୍ୟ, ପାଲା, ଦାସକାଠିଆ, ଚକୁଳିଆ ପଣ୍ଡା, ପଶୁନୃତ୍ୟ ଆଦି ପ୍ରଦର୍ଶୀତ ହୋଇଥିଲା ଶୋଭାଯାତ୍ରା ଭି.ଆଇ.ପି.ରୋଡ୍ କଲେଜ୍ ଛକ ଦେଇ ପୌରସଦନ ଠାରେ ପହଚିଂଲା।ପ୍ରଥମଥର ପାଇଁ ପୌରସଦନରେ ଆୟୋଜିତ ଏହି ଲୋକକଳା ଉତ୍ସବକୁ ଜିଲ୍ଲା ପରିସଦ ସଭାପତି ଜ୍ୟୋର୍ତିମୟ ଦଳାଇ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରି ସରକାରଙ୍କର ଏହା ଏକ ମହତ ପଦକ୍ଷପ କହିଥିଲେ।ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଲୁପ୍ତ ପ୍ରାୟ ଲୋକକଳାକୁ ପୁର୍ଣ୍ଣଜୀବୀତ କରିବାପାଇଁ ସରକାରଙ୍କର ଏହାଏକ ମହତ ପଦକ୍ଷପ। ଏହାଦ୍ୱାରା ଗ୍ରାମାଚଂଳର ଲୋକକଳା କଳାକାର ମାନଙ୍କର ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ସେ ମତ ଦେଇଥିଲେ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା। ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ।ସଭାପରେ ଜିଲ୍ଲାର ବିଭିନ୍ନ ସ୍ତାନରୁ ଆସିଥିବା ଲୋକକଳା ଦଳ ମାନଙ୍କ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା

Leave a Reply

Your email address will not be published. Required fields are marked *