ଆରମ୍ଭ ହେଲା କୁରାଳ ପଞ୍ଚମୀ, ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ପୂଜା କଲେ କୁମ୍ଭକାର

ପୁରୀ, ୨୩/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମାର୍ଗଶୀର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଛି କୁମ୍ଭକାରମାନଙ୍କ ପବିତ୍ରୟ ର୍ପ କୁରାଳ ପଞ୍ଚମୀ। କୁମ୍ଭାରପଡା ବାଳାସାହି, ଟିକରପଡା, ଜେନା ସାହି ଓ ଚାରିନଳା ଅଞ୍ଚଳରେ ବସବାସ କରୁଥିବା କୁମ୍ଭକାରମାନେ ଅତ୍ୟନ୍ତ ସୁଦ୍ଧପୁତ ଭାବେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଏହି କୁରାଳ ପଞ୍ଚମୀ ପର୍ବ ପାଳନ କରିଛନ୍ତି। ଏଥିପାଇଁ କୁମ୍ଭକାର ପରିବାରରେ ଦେଖାଦେଇଛି ଆନନ୍ଦ ଉତ୍ସାହ। ପୂଜା ପାଇଁ ସମଗ୍ର କୁମ୍ଭକାର ବସ୍ତି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଭୁ ରୁଦ୍ରକଳ ଓ ରତ୍ନେଶ୍ୱରୀଙ୍କୁ ଆଦ୍ୟ କୁମ୍ଭକାର ଭାବେ ପୂଜାର୍ଚ୍ଚନା କରାଯାଉଛି। କେହି ନିଜର ଶାରଳା ମଧ୍ୟରେ ପ୍ରଭୁ ଋଦ୍ରେଶ୍ୱର ଓ ମା’ ରତ୍ନେଶ୍ୱରୀଙ୍କୁ ପୂଜା କରୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ ସାର୍ବଜନୀନ ଭାବେ ଏହା ପୂଜାର୍ଚ୍ଚନା କରାଯାଉଛି। ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି ପୂଜା ମଣ୍ଡପକୁ। ପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ କୁମ୍ଭକାରମାନଙ୍କ ଏହି ପାରମ୍ପାରିକ ପର୍ବ କୁରାଳ ପଞ୍ଚମୀ ନିଷ୍ଠା ଓ ଭକ୍ତିର ସହ ପାଳନ କରାଯିବ। ପରମ୍ପରା ଅନୁଯାୟୀ କୁମ୍ଭକାରମାନେ ଏହି ସମୟରେ ସେମାନଙ୍କ ହାଣ୍ଡି, କୁଡୁଆ ବନ୍ଦ ରଖି ହାଣ୍ଡି ଗଡା ସଜ ସରଞ୍ଜାମ, ଚକ, ପିଟଣା ଓ ଭାଟିକୁ ପୂଜା କରୁଛନ୍ତି। କହିବାକୁ ଗଲେ ଏହି ପାଞ୍ଚଦିନ ମଧ୍ୟରେ କୌଣସି ଗଢ଼ା କାର୍ଯ୍ୟ କରାଯିବ ନାହିଁ। ଏହି କୁମ୍ଭକାରମାନେ ମଧ୍ୟ ଚକକୁ ବନ୍ଦ ରଖି ପୂଜାରେ ବସାଇଛନ୍ତି।

Leave a Reply

Your email address will not be published. Required fields are marked *