Home ଆମ ପର୍ବ ପର୍ବାଣୀ ଆରମ୍ଭ ହେଲା ଅମରନାଥ ଯାତ୍ରା

ଆରମ୍ଭ ହେଲା ଅମରନାଥ ଯାତ୍ରା

94

*ପଇଁତରା ମାରିବେ ସିଆରପିଏଫ ମୋଟର ବାଇକ ସ୍କ୍ୱାର୍ଡ
*ହେଲମେଟରେ ଲାଗିଛି କ୍ୟାମେରା

ଜମ୍ମୁ:କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଅମରନାଥ ଯାତ୍ରା।ଜମ୍ମୁର ଭଗଓ୍ୱନ୍ତନଗର ବେସ କ୍ୟାମ୍ପରୁ ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ ବିଭିଆର. ସୁବ୍ରମଣୀୟମ,ରାଜ୍ୟପାଳଙ୍କ ପରାମର୍ଶଦାତା ବିବି ବ୍ୟାସ ଓ ବିଜୟ କୁମାର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।ଅଗଷ୍ଟ ୨୬ ତାରିଖ ରକ୍ଷାବନ୍ଧନ ଦିନ ହେବ ଯାତ୍ରାର ସମାପନ ହେବ।
ଅମରନାଥଙ୍କ ଯାତ୍ରା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଯାତ୍ରା।ଆତଙ୍କବାଦୀଙ୍କ ଟାର୍ଗେଟରେ ସବୁବେଳେ ରହିଥାଏ ଏହି ଯାତ୍ରା।ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ବ୍ୟାପକ କରାଯାଇଛି।୪୦ ହଜାର ଯବାନଙ୍କୁ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜନ କରାଯାଇଛି।ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ ଏହି ଯାତ୍ରାପାଇଁ ନିଜ ନାମ ପଞ୍ଜିକରଣ କରାଇଛନ୍ତି।ପ୍ରଥମଥର ପାଇଁ ଅମରନାଥ ଯାତ୍ରା କରୁଥିବା ଗାଡ଼ି ଗୁଡ଼ିକରେ ରେଡ଼ିଓ ଫ୍ରିକ୍ୱେନ୍ସି ଟ୍ୟାଗର ବ୍ୟବହାର କରାଯାଇଛି ଏବଂ ସିଆରପିଏଫର ମୋଟର ସାଇକେଲ ଆରୋହୀ ମଧ୍ୟ ସକ୍ରିୟ ଅଛନ୍ତି।ସେମାନେ ସୁରକ୍ଷା ସହିତ ଆମ୍ବୁଲାନ୍ସ ସେବା ପରି ମଧ୍ୟ କାମ କରୁଛନ୍ତି।ସିଆରପିଏଫ ଯବାନଙ୍କ ହେଲମେଟରେ ଲାଗିଛି ଅତ୍ୟାଧୁନିକ କ୍ୟାମେରା।ସେହି କ୍ୟାମେରା ମାଧ୍ୟମରେ କଣ୍ଟ୍ରୋଲ ରୁମରୁ ସଂପୂର୍ଣ୍ଣ ଗତିବିଧି ଲକ୍ଷ କରାଯିବ।ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କାଶ୍ମୀରର ବଲତାଲ ଓ ପହଲଗାମ ବେସ କ୍ୟାମ୍ପରେ ଛାଉଣି କରି ରଖାଯାଇଛି।ଗୁରୁବାର ଏହି ସ୍ଥଳରୁ ୩,୮୮୦ ମିଟର ଉପରେ ରହିଥିବା ଗୁମ୍ଫାସ୍ଥଳକୁ ସମସ୍ତେ ପଦଯାତ୍ରା କରିବେ।ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଓ ସେନା ମୁଖ୍ୟ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.