ଆରମ୍ଭହେଲା ଶ୍ରାବଣ ସୋମବାର, ରାସ୍ତାରେ କାଉଡ଼ିଆଙ୍କ ଭିଡ

ବାହାନଗା/ ବାଲେଶ୍ୱର, ୨୩/୦୭(ଓଡ଼ିଆ ପୁଅ/ଭାରତୀଦାସ)- ଆରମ୍ଭ ହେଲା ଶ୍ରାବଣ ମାସ। ଏହି ଉପଲକ୍ଷେ ଭୋଳାନଥଙ୍କୁ ସୋମବାରରେ ଜଳାଭିଷେକ କରିବା ପାଇଁ କାଉଡ଼ିଆ ମାନେ ବିଭିନ୍ନ ନଦୀମାନଙ୍କରୁ ଜଳ ଉଠାଇ ରାସ୍ତାରେ ଯାଉଥିବାର ପରିଲକ୍ଷିତ ହେଉଛି। ଏହିପରି ଘଟଣା ବାହାନଗା ବ୍ଲକ ଅଞ୍ଚଳରେ ଖେିବାକୁ ମିଳିଛି। ଯାତ୍ରୀ ମାନେ ବାଲିଛନ୍ଦା ଘାଟ, ବଙ୍ଗୋପସାଗର ବାରୁଣୀପୀଠ, କଣ୍ଟିଆଚିରା ପ୍ରମୁଖ ସ୍ଥାନ ମାନଙ୍କରୁ ବାବାପଞ୍ଚୁଲିଙ୍ଗେଶ୍ୱର, ମଣିନାଗେଶ୍ୱର ପୀଠକୁ ଜଳ ନେଇ ବିଭିନ୍ନ ନାରାବାଜି କରି ଜଳଭିଷେକ ନିମନ୍ତେ ଯାଉଥିବାର ପରିଲକ୍ଷିତ ହୋଇଛିା କାଉଡ଼ିଆଙ୍କ ନିମନ୍ତେ ଏହି ବ୍ଲକ ସଦର ମହକୁମା ବାହାନଗା ଓ ଜୁଣିଆ ଠାରେ କେନ୍ଦ୍ର ମାନ ଖୋଲାଯାଇ ସେବା ପ୍ରଦାନ କରାଯାଉଛି।

Leave a Reply

Your email address will not be published. Required fields are marked *