ଆରବିଆଇ ରେପୋ ରେଟରେ ୦.୨୫% ବୃଦ୍ଧି, ମହଁଗା ହେବ ହୋମ ଲୋନ: ବଢ଼ିବ ଆପଣଙ୍କ ଇଏମଆଇ

ନୂଆଦିଲ୍ଲୀ ୬/୬ (ଓଡ଼ିଆ ପୁଅ) ରେପୋ ରେଟରେ ୦.୨୫% ବୃଦ୍ଧି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ବଜାରରେ ଦରବୃଦ୍ଧି ଏବଂ ପେଟ୍ରୋଲ ଡିଜେଲର ବଢ଼ୁଥିବା ଦରକୁ ନଜରରେ ରଖି (ଆରବିଆଇ) ମୁଖ୍ୟ ନୀତିଗତ ରେପୋ ରେଟ ଛଅ ପ୍ରତିଶତରୁ ବଢ଼ାଇକରି ୬.୨୫ ପ୍ରତିଶତ କରିଛନ୍ତି। ଏହା ଦ୍ୱାରା ବ୍ୟାଙ୍କଗୁଡ଼ିକ ଋଣ ମହଁଗା କରିପାରନ୍ତି। ଆରବିଆଇ ରେପୋ ରେଟ୍ ବୃଦ୍ଧି ହେବା ପରେ ଆପଣଙ୍କ ଋଣର ଇଏମଆଇ ବୃଦ୍ଧି ହେବ। ଏହାର ପ୍ରଭାବ ସାଧାରଣ ଉପଭୋକ୍ତାମାନଙ୍କ ଉପରେ ପଡ଼ିବ। ଆବାସ ଏବଂ ବାହନ ଋଣର ଇଏମଆଇ ସହିତ ଉଦ୍ୟୋଗମାନଙ୍କ ପାଇଁ ମଧ୍ୟ ପୁଞ୍ଜି ବିନିଯୋଗ ଅଧିକ ମହଁଗା ହୋଇପାରେ।

ଆରବିଆଇର ଗଭର୍ଣ୍ଣର ଉର୍ଜିତ ପଟେଲ ସମିତିର ବୈଠକ ପରେ କହିଛନ୍ତିଯେ ରେପୋ ଦର ଅନୁରୂପ ରିଭର୍ସ ରେପୋ ଦର ମଧ୍ୟ ୦.୨୫ ପ୍ରତିଶତ ବଢ଼ିକରି ଛଅ ପ୍ରତିଶତ ଏବଂ ମାର୍ଜିନାଲ ଷ୍ଟାଣ୍ଡିଙ୍ଗ ଫାସିଲିଟି ଦର ତଥା ବ୍ୟାଙ୍କ ଦର ବୃଦ୍ଧିପାଇ ୬.୫୦ ପ୍ରତିଶତ କରାଯାଇଛି। ଛଅଜଣ ସଦସ୍ୟବିଶିଷ୍ଟ ସମିତି ନୀତିଗତ ଦରରେ ବୃଦ୍ଧିର ନିଷ୍ପତି ନେଇଥିଲେ। ଏହା ପୂର୍ବରୁ ଶେଷ ଥର ଜାନୁଆରି ୨୦୧୪ ରେ ରେପୋଦରରେ ବୃଦ୍ଧି କରାଯାଇଥିଲା।

ରିଜର୍ଭ ବ୍ୟାଙ୍କ ୨୦୧୮-୧୯ ପାଇଁ ଜିଡିପି ବୃଦ୍ଧି ଦରର ଅନୁମାନକୁ ୭.୪ ପ୍ରତିଶତ ଉପରେ ସ୍ଥିର ରଖିଛନ୍ତି। ଆରବିଆଇ ୨୦୧୮-୧୯ ର ପ୍ରଥମ ଛମାସ ପାଇଁ ଖୁଦରା ମୁଦ୍ରାସ୍ଫୀତିର ଅନୁମାନକୁ ସଂଶୋଧିତ କରି ୪.୮-୪.୯ ପ୍ରତିଶତ ତଥା ଦ୍ୱିତୀୟ ଛମାସ ପାଇଁ ୪.୭ ପ୍ରତିଶତ କରିଛନ୍ତି। ଆରବିଆଇର ଗଭର୍ଣ୍ଣର କହିଛନ୍ତି କି ୨୦୧୮-୧୯ ପାଇଁ ସାମାନ୍ୟ ମୌସୁମୀବାୟୁର ଭବିଷ୍ୟବାଣୀ କୃଷି କ୍ଷେତ୍ର ପାଇଁ ଶୁଭ ସଂକେତ ଅଟେ।

ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧହାର ବୃଦ୍ଧି କଲେ

ରିଜର୍ଭ ବ୍ୟାଙ୍କର ସୁଧହାର ବୃଦ୍ଧି ଉପରେ ନିଷ୍ପତି ନେବା ପୂର୍ବରୁ ହିଁ ଅନେକ ବ୍ୟାଙ୍କ ନିଜର ଋଣ ପ୍ରଦାନ ଉପରେ ସୁଧ ଦାର ମହଁଙ୍ଗା କରିଦେଇଛନ୍ତି। ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ଅଫ ବରୋଦା ମଙ୍ଗଳବାରଦିନ ନିଜର ଏମସିଏଲଆରରେ ୦.୦୫%ର ବୃଦ୍ଧି କରିଛି। ଏହି ଦର ସାତ ଜୁନରୁ ଲାଗୁ ହେବ। ଏହା ପୂର୍ବରୁ ଏସବିଆଇ, ପିଏନବି ଏବଂ ଆଇସିଆଇ ବ୍ୟାଙ୍କ ମଧ୍ୟ ନିଜର ସୁଧ ଦର ବୃଦ୍ଧି କରିସାରିଛନ୍ତି।

Leave a Reply

Your email address will not be published. Required fields are marked *