ରାଉରକେଲା ୭/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସରକାରୀ ହସ୍ପିଟାଲ, ଆରଜିଏଚରେ ମାଗଣା ଡାଏଲିସିସ ସେବା ଯୋଗାଇ ଦେବାକୁ ହୋପ ଅଫ ଲାଇଫ ସଙ୍ଗଠନ ଦାବି କରିଛି। ଏହି ଅବସରରେ ସଙ୍ଗଠନର କର୍ମକର୍ତ୍ତା ଉପ ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ଶଶାଙ୍କ କବି ଶତପଥିଙ୍କୁ ଭେଟି ଦାବିପତ୍ର କରିଛି। ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ରୋଗୀ ମାନଙ୍କୁ ମାଗଣା ଡାଏଲିସିସ ସେବା ମିଳୁଛି। ମାତ୍ର ରାଉରକେଲା ସରକାରୀ ହସ୍ପିଟାଲରେ ଏହି ସେବା ରୋଗୀ ମାନେ ନପାଇବା ଅଭିଯୋଗ ହୋଇଛି। ରାଜ୍ୟର ରାଉରକେଲା ଦ୍ୱିତୀୟ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଥିବା ବେଳେ, ଗରିବ ରୋଗୀମାନେ ଡାଏଲିସିସ ପାଇଁ ଘରୋଇ ହସ୍ପିଟାଲ ଉପରେ ନିଭ;ର କରୁଛନ୍ତି। ଘରୋଇ ହସ୍ପିଟାଲ ର୍ଡାଲିସିସ ପିଛା ୧୫୦୦ ଟଙ୍କାରୁ ୨ ହଜାର ଟଙ୍କା ନେବାକୁ ପଡ଼ୁଛି। ଗରିବ ରୋଗୀ ମାନେ ଘରୋଇ ହସ୍ପିଟାଲ ଦାବି ମୁତାବକ ଟଙ୍କା ଦେଇ ପାରୁ ନାହାନ୍ତି। ଏଥିପାଇଁ ଅନେକ ସମୟରେ ସେମାନଙ୍କ ଜୀବନ ଯାଉଛି। ଏସବୁ ଦୃଷ୍ଟିକୋଣରୁ ଆରଜିଏଚରେ ରୋଗୀଙ୍କୁ ମାଗଣାରେ ଡାଏଲିସିସ ସେବା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଦିଲୀପ କୁମାର, ମାନସ ରଂଜନ, କୃଷ୍ଣଚନ୍ଦ୍ର, ସୁଶାନ୍ତ କୁମାର, ଜୀବନ ଜ୍ୟୋତି, ବଣ୍ଟି ସିଂ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
