ଜିଲ୍ଲା ପରିକ୍ରମା

ଆରଜିଏଚରେ ମାଗଣା ଡାଇଲିସିସ ବ୍ୟବସ୍ଥା କରିବାକୁ ଦାବି

ରାଉରକେଲା ୬-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ରାଉରକେଲା ସରକାରୀ ହସ୍ପିଟାଲରେ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଆରଜିଏଚରେ ମାଗଣା ଡାଇଲିସିସ ବ୍ୟବସ୍ଥା କରିବା ପାଇଁ ଟିମ ହୋପ ଅଫ ଲାଇଫର ସଦସ୍ୟ ମାନେ ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କୁ ସାକ୍ଷାତ କରିଥିଲେ। ରାଉରକେଲା ସ୍ମାର୍ଟସିଟିର ମାନ୍ୟତା ପାଇଥିଲେ ମଧ୍ୟ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଅନୁଯାୟୀ ରାଉରକେଲା ସରକାରୀ ଡାକ୍ତରଖାନା ବହୁ ପଛରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହାୟ ଯୋଜନା ଅନୁସାରେ ପ୍ରତ୍ୟେକ ଜିଲା ଚିକିତ୍ସାଳୟକୁ ମାଗଣା ଡାଇଲିସିସ, ସିଟି ସ୍କାନ, ମଆରଆଇ, ଆଇସିୟୁ ଭଳି ସୁବିଧା ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହି ସବୁ ସୁବିଧାରୁ ବଂଚିତ ହୋଇଛନ୍ତି ରାଉରକେଲାବାସୀ। ଆରଜିଏଚରେ ଏହି ସୁବିଧା ଲାଗୁ କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଟିମ ହୋମ ଅଫ ଲାଇଫର ସଦସ୍ୟ ଦିଲୀପ କୁମାର ବାରିକ, ମାନସ ରଂଜନ ବିଶ୍ୱାଳ, ବଂଟି ସିଂ, ପ୍ରୀୟଙ୍କା ସିଂ, ବିଜୟ ସାହୁ, ସାଗର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top