ଖେଳ

ଆରଏସପି ସେଲ୍ ହକି ଏକାଡେମୀ ସ୍ୱର୍ଣ୍ଣ କପ ହକିରେ ଚାମ୍ପିୟାନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର ସେଲ ହକି ଏକାଡେମୀ ଉତ୍ତର ପ୍ରଦେଶର ଝାଂସି ଠାରେ ଗତ ଜାନୁଆରୀ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମର୍ଯ୍ୟାଦାଜନକ ବିନୋଦ ଖାଣ୍ଡେକର ୨୧ ବର୍ଷରୁ କମ ଅଷ୍ଟମ ସର୍ବଭାରତୀୟ ସ୍ୱର୍ଣ୍ଣ କପ ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ ହୋଇ ଇସ୍ପାତ ସହର ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ୨୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାର ଲିଗ ମ୍ୟାଚ ଗୁଡ଼ିକରେ ସେଲ ହକି ଏକାଡେମୀ ଏହାର ସମସ୍ତ ମ୍ୟାଚରେ ଦୃଢ ବିଜୟ ହାସଲ କରିଥିଲା। ଉକ୍ତ ଦଳ ଭୋପାଳ ହକି ଏକାଡେମୀକୁ ୭-୦, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ କୋଲକାତାକୁ ୧୧-୦ ଓ ଲକ୍ଷ୍ମୋ ସ୍ପୋର୍ଟ୍ ସ ହଷ୍ଟେଲକୁ ୫-୩ ଗୋଲରେ ପରାସ୍ତ କରିଥିଲା। ସେମି ଫାଇନାଲରେ ସେଲ ହକି ଏକାଡେମୀ ତାମିଲନାଡ଼ୁ ହକି ଏକାଦଶକୁ ୫-୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ରେଳବାଇ ହକି ଏକାଡେମୀ ଭୁଶାବଲ ମହାରାଷ୍ଟ୍ରକୁ ୫-୨ରେ ପରାଜିତ କରି ଚମ୍ପୀୟାନ ହୋଇଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟରେ ସେଲ ହକି ଏକାଡେମୀର ଟି. ଏଚ କିଙ୍ଗସନ ସିଂହ ଶ୍ରେଷ୍ଠ ମଧ୍ୟ ରକ୍ଷକ ଓ ସୁରଜ କାଣ୍ଡୁଲାନା ଶ୍ରେଷ୍ଠ ଫରୱାର୍ଡ ଭାବେ ବିବେଚିତ ହୋଇ ଦଳ ପାଇଁ ଗୌରବ ଅର୍ଜନ କରିଛନ୍ତି। ବିଜୟୀ ଦଳ ରାଉରକେଲାରେ ଫେବୃଆରୀ ୧ ତାରିଖରେ ଆସି ପହଂଚିବା ପରେ ରେଳ ଷ୍ଟେସନ ଠାରେ ସେମାନଙ୍କୁ ଆରଏସପିର କ୍ରୀଡ଼ା ବିଭାଗ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା। ଆରଏସପିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ସେଲ ହକି ଏକାଡେମୀର ଦଳକୁ କ୍ରମାଗତ ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତିଯେ, କେବଳ ରାଉରକେଲା ଇସ୍ପାତ କାରଖାନା ବା ଇସ୍ପାତ ସହର ପାଇଁ ଗୌରବ ଆଣି ନାହାନ୍ତି ବରଂ ସାରା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏଠାରେ ପ୍ରକାଶ ଥାଉକି, ସେଲ ହକି ଏକାଡେମୀ ଦଳ ନିକଟରେ ଜାନୁଆରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଖରଗାଁ ଠାରେ ଆୟୋଜିତ ଶ୍ରୀ ନବଗ୍ରହ ଟ୍ରଫି ଅଲ ଇଣ୍ଡିଆ ଇନଭିଟେସନ ହକି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ବିଜୟୀ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top