ଆରଏସପି କୋକ ଓଭେନ ବିଭାଗ ହାଉସ କିପିଙ୍ଗ ଓ ସୁରକ୍ଷା ଚମ୍ପିୟାନ ପୁରସ୍କାରରେ ପୁରସ୍କୃତ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ୨୦୧୭ ମସିହାରେ ସର୍ବାଧିକ ସମୁଦାୟ ପଏଂଟ ହାସଲ କରି ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର କୋକ ଓଭାନ ବିଭାଗ ଶ୍ରେଷ୍ଠ ହାଉସ କିପିଙ୍ଗ ଓ ସୁରକ୍ଷା ପୁରସ୍କାର ଲାଭ କରିଛି। ଏହା ବ୍ୟତୀତ ୧୪ଟି ବିଭାଗକୁ ସୁରକ୍ଷା ଓ ହାଉସକିପିଙ୍ଗ କ୍ଷେତ୍ରରେ ଉତ୍କଷ୍ ର୍ତା ହାସଲ ନିମନ୍ତେ ପୁରସ୍କୃତ କରାଯାଇଥିଲା। ଜାନୁଆର ୨୭ ତାରିଖରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ଆରଏସପିର ସିଇଓ ଅଶ୍ୱିନୀ କୁମାର ଏହି ପୁରସ୍କାର ମାନ ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ, ଉନ୍ନତ ହାଉସକିପିଙ୍ଗ ଏବଂ କାରଖାନା ମଧ୍ୟରେ ସୁରକ୍ଷିତ କାର୍ଯ୍ୟ ପରିବେଶ ରକ୍ଷା ନିମନ୍ତେ କର୍ମଚାରୀ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ପୁରସ୍କାର ପ୍ରଦାନର ଲକ୍ଷ୍ୟ ରହିଛି। ବିଭାଗ ଗୁଡ଼ିକୁ ଏକ ଉଚ୍ଚସ୍ତରୀୟ କମିଟି ପରିଦର୍ଶନ କରି ବିଭିନ୍ନ କାରକ ଭିତ୍ତିରେ ସେମାନଙ୍କ ମୂଲ୍ୟାୟନ କରିଥିଲେ। ଗ୍ରୁପ ଏ କୋକ ଓଭାନ ବିଭାଗ ପ୍ରଥମ ପୁରସ୍କାର ଲାଭ କରିଥିବା ବେଳେ, ଓବିବିପି ବିଭାଗ ଦ୍ୱିତୀୟ ପୁରସ୍କାର ଲାଭ କରିଛି। ଗ୍ରୁପ ବିରେ ସିପିପି-୧ ବିଭାଗ ପ୍ରଥମ ପୁରସ୍କାର ଲାଭ କରିଥିବା ଏଲଡିପିପି ବିଭାଗ ଦ୍ୱିତୀୟ ସ୍ଥାନ ଲାଭ କରିଥିଲା। ସେହିପରି ଗ୍ରୁପ ସିିରେ ପାଇପ ପ୍ଲାଣ୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ନୂତନ ପ୍ଲେଟ ମିଲ ବିଭାଗ ଦ୍ୱିତୀୟ ସ୍ଥାନ ପ୍ରାପ୍ତ କରିଥିଲା। ଗ୍ରୁପଡ଼ିରେ ସ୍ପେଶାଲ ପ୍ଲାଣ୍ଟ ଓ ଟିଆରଏମ ବିଭାଗ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ଲାଭ କରିଥିଲେ। ଗ୍ରୁପ ଇରେୁ ଏଫଏମଏମ ବିଭାଗ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଅକ୍ସିଜେନ ପ୍ଲାଣ୍ଟ ଦ୍ୱିତୀୟ ପୁରସ୍କାର ଲାଭ କରିଥିଲା। ଗ୍ରୁପ ଏଫରେ ସିଭିଲ ଇଂଜିନିୟରିଙ୍ଗ ସର୍ଭିସେସ ଶ୍ରେଷ୍ଠ ପୁରସ୍କାର ଲାଭ କରିଥିବା ବେଳେ, ସହର ଇଂଜିନିୟରିଙ୍ଗ ବିଭାଗ ଦ୍ୱିତୀୟ ପୁରସ୍କାର ଲାଭ କରିଥିଲା। ସେହପିଭଳି ଗ୍ରୁପ ଜିରେ ପ୍ରକଳ୍ପ ବିଭାଗ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏଚଆରଡ଼ି ସେଣ୍ଟର ବିଭାଗ ଦ୍ୱିତୀୟ ସ୍ଥାନ ପ୍ରାପ୍ତ କରିଥିଲା। ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି ପିକେ ପ୍ରଧାନ, କାର୍ଯ୍ୟ ବିଭାଗର ଇଡ଼ି ଶୁଭେନ୍ଦ୍ର ଦାସ, ଏମଏସ ବିଭାଗର ଇଡ଼ି ପରମାନନ୍ଦ ସାହୁ, ପ୍ରକଳ୍ପ ବିଭାଗର ଇଡ଼ି ରାଜୀବ ଅଗ୍ରୱାଲ, ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ସପତ୍ନୀକ ପୁରସ୍କାର ବିଜେତାଗଣ, କୃତୀ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷୟ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଶ୍ରୀ ସିଦ୍ଧି ଏକାଡେମୀ ଅଫ ଆର୍ଟ ଦ୍ୱାରା ଏକ ଆବାହନୀ ସଙ୍ଗୀତ ପରିବେଣେ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସହର ପ୍ରଶାସନ ବିଭାଗର ଜିଏମ ନୀରୋଦ କୁମାର ସାମନ୍ତାୟେ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ଅଙ୍କିତା ବିଲୁଙ୍ଗ ଓ ଶଶାଙ୍କ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *