ଆରଏସପିର ୭ ଅଧିକାରୀ ସମ୍ମାନିତ

ରାଉରକେଲା ୨୫ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ଇସ୍ପାତ କାରଖାନା(ଆରଏସପି) ସିପିଟିଆଇ ପ୍ରେକ୍ଷାଳୟ ଠାରେ ଗତ ୨୨ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆରଏସପି ସିଇଓ ଅଶ୍ୱିନୀ କୁମାର ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ୪ର୍ଥ ତ୍ରୟୋମାସ ନିମନ୍ତେ କାରଖାନାର ୭ଜଣ ପଦାଧିକାରୀଙ୍କୁ ଷ୍ଟାର ପରଫର୍ମର ଆୱାର୍ଡ ପ୍ରଦାନ କରାଯାଇଥିଲା। ଇଡ଼ି ପିକେ ପ୍ରଧାନ, ଶୁଭେନ୍ଦୁ ଦାସ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଓବିଭିପି ଇଲେକ୍ଟ୍ରିକାଲ ମ୍ୟାନେଜର ବିପ୍ଲବ ବେହେରା, ରାକେଶ ଜେନା, ଜୁନିୟର ମ୍ୟାନେଜର ଶଶାଙ୍କ ମିଶ୍ର, ଏଚଏମଏସର କେଦାର ନାଥ ମହାନ୍ତି, ସିଭିଲଇଂଜନିୟରିଙ୍ଗ ସର୍ଭିସେସର ସହାୟକ ମ୍ୟାନେଜର ଅମ୍ବୁଜ ମଲ୍ଲିକ, ଇ ଆଣ୍ଡ ଇଏସ ବିଭାଗର ବିକ୍ରମ ଗାନ୍ଧୀ, ଏନର୍ଜି ମ୍ୟାନେଜମେଣ୍ଟର ବ୍ରିଜେଶ୍ୱର ପାଣ୍ଡେ, ପ୍ରମୁଖ ଆୱାର୍ଡ ଗ୍ରହଣ କରିଥିଲେ। ପିଇଡ଼ି ବିଭାଗର ଡିଜିଏମ ଆର.କେ. ବର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲୋପାମୁଦ୍ରା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *