କେନ୍ଦ୍ରାପଡ଼ା

ଆରଆଇଙ୍କୁ ମାଡ ମାରି ଯୁବକ ଗିରଫ

କେନ୍ଦ୍ରାପଡା ୨୫/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କାର୍ଯ୍ୟରତ ଜଣେ ଆର.ଆଇ.ଙ୍କୁ ଜନୈକ ଯୁବକ ମାଡମାରି ଗିରଫ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଏବଂ ପଟ୍ଟାମୁଣ୍ଡାଇ ତହସିଲ ଅଧିନ ଗୁଣୁପୁର ସର୍କଲର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଗୁଣୁପୁର ଗ୍ରାମର କପିଳ ମଲ୍ଲଙ୍କ ପୁଅ ସୁବାଷ ମଲ୍ଲ କୌଣସି କାର୍ଯ୍ୟରେ ଯାଇଥିଲେ । ସେଠାରେ ଆରଆଇଙ୍କ ସହିତ କାର୍ଯ୍ୟକୁ ନେଇ ଉଚ୍ଚବାଚ୍ଚ ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ସୁବାଷ ଆରଆଇଙ୍କୁ ମାଡ ମାରିଥିଲେ । ଏହି ଘଟଣା ସମ୍ପର୍କରେ ଆରଆଇ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଅଭିଯୋଗ କରିବା ସହିତ ତହସିଲଦାର ସରୋଜ ସ୍ୱାଇଁଙ୍କ ଜରିଆରେ କେନ୍ଦ୍ରାପଡା ସଦରଥାନାରେ ସୁବାଷଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ ୮୦/୧୮ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁବାଷ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ପକ୍ଷରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top