ଆମ ଶିକ୍ଷା ବ୍ୟବସ୍ଥା ; ମଧ୍ୟାନ୍ନ ଭୋଜନ ପାଇଁ କାଠ ଚିରିବାକୁ ପଡୁଛି ଶିକ୍ଷକଙ୍କୁ

ଯାଜପୁର-୭/୧୨(ଓଡିଆ ପୁଅ/ଏ.ରାଉତ) ପି.ଏନ.ଏସ ସରକାରୀ ସ୍ତରରେ ଶିକ୍ଷାର ବ୍ୟବସ୍ଥାକୁ ସଜାଡିବା ପାଇଁ ଓ ଅନୁସୂଚିତଜାତି ଓ ଜନଜାତି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଠ କରିବାପାଇଁ ସରକାରଙ୍କ ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ ହୋଇଥିଲାବେଳେ ଶିକ୍ଷକ ମାନଙ୍କ ଦୁର୍ଦ୍ଦଷା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷାୟତନ ,ଶିକ୍ଷକ ଓ ଛାତ୍ରକୁ ନେଇ ଶିକ୍ଷା ପ୍ରଣାଳୀକୁ ତ୍ରିପାକ୍ଷିକ କରାଯାଇଥିଲା ବେଳେ ଶିକ୍ଷକ ଯେ ଅବହେଳିତ ହେଇଯାଉଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଥିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣୀଢିହ ପଞ୍ଚାୟତର ବାରମାଣ ମୁଣ୍ଡା ସାହି ପ୍ରକଳ୍ପ ବିଦ୍ୟାଳୟରେ ।ଏହି ବିଦ୍ୟାଳୟରେ ୨୨ଜଣ ପିଲା ଶିକ୍ଷା ଲାଭ କରୁଥିଲା ବେଳେ ୨ଜନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀଙ୍କୁ ନେଇ ପାଠ ପଢା ଚାଲୁଥିଲେ ମଧ୍ୟ ମଧ୍ୟାନ୍ନ ଭୋଜନ ପାଇଁ ଶିକ୍ଷକ ଜଣଙ୍କୁ ନୟାନ୍ତ ହେବାକୁ ପଡିଛି । ବର୍ତ୍ତମାନ ସରକାର ଜଣେ ପିଲା ପିଛା ୪.୫୮ ପଇସା ଦେଉଥିଲା ବେଳେ ଅଣ୍ଡା ପହଁଚିଲାଣି ୬ଟଙ୍କା ରେ ଅପରପକ୍ଷରେ ଜାଳେଣୀର ହୁହୁ ଦର ମଧ୍ୟାନ୍ନ ଭୋଜନ କୁ ପ୍ରଭାବିତ କରୁଛି । ହେଲେ ଜାଳେନୀ ପାଇଁ ମଧ୍ୟାନ ଭୋଜନ ବନ୍ଦ ହେଇଗଲେ ଚାକିରୀ ଯିବାର ଭୟ । ବୁଧବାର ଏହି ବିଦ୍ୟାଳୟର ଶିକ୍ଷକ ଜଣଙ୍କ ଖେଳ ଛୁଟିରେ ଝାଳ ନାଳ ହୋଇ କାଠ ଚିରୁଥିବା ଦେଖି ପଚାରିବାରୁ ସମସ୍ତ କଥା ପ୍ରକାଶ କରିଥିଲେ । ସୁଖିଲା କାଠ ନହେଲେ ଆସନ୍ତା କାଲି ରୋଷେଇ ବନ୍ଦ ହେବାର ସମ୍ଭାବନା ରହିତିବାରୁ ସେ ଖେଳ ଛୁଟିରେ କାଠ ଚିରୁଥିବା ପ୍ରକାଶ କରିଥିଲେ । ପୁଣି ଆଗକୁ ବର୍ଷାର ଭୟ ଥିବାରୁ କାଠ ଗଚ୍ଛିତ କରି ରଖିବା କଥା ପ୍ରକାଶ କରିଥିଲେ । ଏପରି ଦୁର୍ଦ୍ଦଶା ଭିତରେ ଶିକ୍ଷାଦାନ ଯେ ପ୍ରଭାବିତ ହେଉଛି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ ।

Leave a Reply

Your email address will not be published. Required fields are marked *