ଓଡ଼ିଶା

ଆମ ମୁଖ୍ୟମନ୍ତ୍ରୀ ଆମ କଥା: ରକ୍ତ ଦାନ ଆନ୍ଦୋଳନରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୨-ଠ୭ (ଓଡ଼ିଆ ପୁଅ) ରକ୍ତ ଦାନ ମହାପୂଣ୍ୟ। ରକ୍ତ ଦାନ ଦ୍ଵାରା ଆମେ ଗୋଟିଏ ମଣିଷର ଅମୂଲ୍ୟ ଜୀବନକୁ ବଞ୍ଚାଇ ପାରିଥାଉ। ତେଣୁ ସମସ୍ତେ ବିଶେଷ କରି ଯୁବସମାଜ ରକ୍ତ ଦାନ କରିବାପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆଜି ସଚିବାଳୟରେ ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଚ୍ଚନାୟକ ରକ୍ତ ଦାନର ମହତ୍ତ୍ୱ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରି ‘ରକ୍ତ ଦାନ କରନ୍ତୁ’ ଜୀବନ ବଞ୍ଚାନ୍ତୁ’ ବୋଲି ଆହ୍ୱାନ ଦେଇଛନ୍ତି। ଏ ସଂପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ତ୍ୱ ଆରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟରେ ରକ୍ତଦାନ ଏକ ଆନ୍ଦୋଳନରେ ପରିଣତ ହୋଇପାରିଛି। ସେ କହିଲେ’ ‘ମୁଁ ଚାହେଁ ରାଜ୍ୟର ଜଣେ ବି ଲୋକ ରକ୍ତ ଅଭାବରୁ ଜୀବନ ନ ହରାଉ। ମୁଁ ଚାହେଁ ଆମ ଓଡିଶାର ସବୁ ସୁସ୍ଥ ଲୋକ ବିଶେଷକରି ଯୁବ ସମାଜ ରକ୍ତଦାନ କରବାପାଇଁ ଆଗେଇ ଆସନ୍ତୁ।’

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୮ରୁ ୬୫ ବର୍ଷ ମଧ୍ୟରେ ସବୁ ସୁସ୍ଥ ଲୋକ ରକ୍ତ ଦାନ କରିପାରିବେ। ରକ୍ତଗତ ସମସ୍ୟା ଥିବା ହେମୋଫିଲିଆ, ଥାଲାସେମିଆ ଓ ସିକିଲ ସେଲ ଆନାମିଆ ପରି ରୋଗୀମାନକୁ ଏବଂ ବିପିଏଲ୍ ପରିବାରକୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି। ସେହିପରି ଦୁର୍ଘଟଣା ଗ୍ରସ୍ତ ଅସହାୟ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି। ରକ୍ତଗତ ସମସ୍ୟା ଥିବା ରୋଗୀମାନଙ୍କୁ ଡାକ୍ତରଖାନା ଯିବା ଆସିବା ପାଇଁ ୫୦୦ ଟଙ୍କା ଭତ୍ତା ମଧ୍ୟ ଦିଆଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୂଚନାଯାଗ୍ୟ ଯେ, ପ୍ରତି ସପ୍ତାହରେ ଚାଲିଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ଆମ କଥା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଚ୍ଚନାୟକ ଭାଗ ନେଇଥିବା ପଞ୍ଚାୟତ ଓ ଜନସାଧାରଣଙ୍କ ସହିତ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top