ଜିଲ୍ଲା ପରିକ୍ରମା

‘ଆମ ମାତୃଭାଷା ପରିଷଦ’ ଉଦ୍ଘାଟିତ

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆମ ମାତୃଭାଷା ଓଡିଆ ସାହିତ୍ୟର ପ୍ରଚାର, ପ୍ରସାର ତଥା ଆମ ଉତ୍କଳୀୟ ପରମ୍ପରାର ସମୃଦ୍ଧିର ଲକ୍ଷ୍ୟ ନେଇ ବିଷୁଭ ସଂକ୍ରାନ୍ତିରେ ଭଦ୍ରକ ସହର କଲ୍ୟାଣୀନଗର ଠାରେ ଆମ ‘ମାତୃଭାଷା ପରିଷଦ’ ଉଦ୍ଘାଟିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଶୁଭ୍ରକାନ୍ତି ଦାଶ ଓ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର କଳାକାର ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ ଏହି ସାରସ୍ୱତ ଅନୁଷ୍ଠାନରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଇଂ ଅଭୟ ସୂତାର ପୌରୋହିତ୍ୟ କରିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି, ଅମୃତଦର୍ଶନ ପତ୍ରିକାର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ଅଧ୍ୟାପକ ନୀହାର ରଂଜନ କର ଓ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କୃପାସିନ୍ଧୁ ନାୟକ ସମ୍ମାନନୀୟ ଅତିଥି, ନାଟ୍ୟଶ୍ରୀ ନିର୍ମଳ ରାଉତ ସମ୍ମାନନୀୟ ବକ୍ତା ଭାବେ ଏହି ଉତ୍ସବରେ ଯୋଗଦେଇଥିଲେ। କବି ଡା. ଅନିଲ କୁମାର ଦାଶ ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କବୟିତ୍ରୀ ମମତା ରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବ୍ୟଙ୍ଗକବି ବିଜୟ କୁମାର ବହଳି ଓ କବି ଘନଶ୍ୟାମ ଲେଙ୍କା ବେଦପାଠ କରିଥିଲେ। ଶିଶୁଶିଳ୍ପୀ ପ୍ରତୀକ ରାୟ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଇଂ ଅରୁଣ ପଣ୍ଡାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ ଓ ପ୍ରଫେସର ଏମ୍.ଏ.ନବୀ ବକ୍ତବ୍ୟ ରଖିଥିଲେ। କବି ସଦାନନ୍ଦ ସାହୁ, ଡ. ଅବନୀ କୁମାର ପ୍ରଧାନ, ପ୍ରମୋଦ ରାୟ, ରମେଶ ଚନ୍ଦ୍ର ଦାସ, ବିଜୟ କୁମାର ବହଳି, ଅନୁରାଧା ମିଶ୍ର, ପ୍ରୀତିଲତା ପଣ୍ଡା, ଶକୁନ୍ତଳା ନାୟକ, ମନୋରମା ରାୟ, ଅକ୍ଷୟ କୁମାର ଜେନା, ଦୟାନିଧି ବେହେରା, ପ୍ରମୁଖ କବିତା ପାଠ କରିଥିଲେ। ଇଂ ଅଭୟ ସୂତାର ସଭାପତି, ଡା. ଅନିଲ କୁମାର ଦାଶ ସଂପାଦକ, ବିଜୟ କୁମାର ବହଳି ଆବାହକ, ମମତାରାଣୀ ଦାଶ ସହ-ସଂପାଦିକା ଭାବେ ନବଗଠିତ ‘ଆମ ମାତୃଭାଷା ପରିଷଦ’ରେ ମନୋନୀତ ହୋଇଥିଲେ। ପ୍ରତି ମାସ ସଂକ୍ରାନ୍ତି ଦିନ ଆମ ମାତୃଭାଷା ପରିଷଦର ସାରସ୍ୱତ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସଭାରେ ସର୍ବସମ୍ମତି ଭାବେ ଗୃହୀତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top