ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ‘ଆମ ଭାଷାରେ ଆମ ସଂସ୍କୃତି’ ଶୀର୍ଷକ ଆଲୋଚନା ଓ କବିତା ପାଠୋତ୍ସବ

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆମ ମାତୃଭାଷା ପରିଷଦର ମାସିକ ‘ସଂକ୍ରାନ୍ତି ଆସର’ କଲ୍ୟାଣୀ ନଗର ସ୍ଥିତ ଡା. ଅନିଲ କୁମାର ଦାଶଙ୍କ ବାସଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ତଥା ଆମ ଉତ୍କଳୀୟ ପରମ୍ପରା ସମୃଦ୍ଧିର ଲକ୍ଷ୍ୟ ନେଇ ବୃଷ ସଂକ୍ରାନ୍ତି ଓ ସାବିତ୍ରୀ ବ୍ରତ ଅବସରରେ ଅନୁଷ୍ଠିତ ଆଲୋଚନା ସଭାରେ ସଭାପତି ଭାବେ ଶ୍ରୀମତୀ ଶକୁନ୍ତଳା ନାୟକ ଅଧ୍ୟକ୍ଷତା କରିଥିଲେ। ଏହି ସମାରୋହକୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡା. ରାମଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ବିଶେଷ ଅତିଥି ଭାବେ ଶ୍ରୀଯୁକ୍ତ ଲଲାଟେନ୍ଦୁ ମହାନ୍ତି, ଅତିଥି ଭାବେ ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ବିଭୁତି ଭୂଷଣ ସେନାପତି ଯୋଗ ଦେଇ ‘ଆମ ଭାଷାରେ ଆମ ସଂସ୍କୃତି’ ଶୀର୍ଷକ ବିଷୟ ଉପରେ ଉଦବୋଧନ ଦେଇଥିଲେ। ଅଧ୍ୟାପକ ନିହାର ରଞ୍ଜନ କର ସଭା ପରିଚାଳନା କରିଥିଲେ। ପରିଷଦର ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜିତ କବିତା ଆସରରେ କବୟିତ୍ରୀ ମମତା ରାଣୀ ଦାଶ ସଂଯୋଜିକା, ସମୀକ୍ଷକ ଓ ବିଚାରକ ଭାବେ କବୟିତ୍ରୀ ଶ୍ରୀମତୀ ବସନ୍ତ ମିଶ୍ର ଯୋଗ ଦେଇଥିଲେ। ଡାକ୍ତର ଅନିଲ କୁମାର ଦାଶ, ଅଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ର, ବିଭୁତି ଭୂଷଣ ସେନାପତି, ଆଶୁତୋଷ କରଣ, ସଦାନନ୍ଦ ସାହୁ, ମନୋରମା ରାୟ, ଦୟାନିଧି ବେହେରା, ରମେଶ ଚନ୍ଦ୍ର ଦାସ, ଶକୁନ୍ତଳା ନାୟକ, ବିଜୟ କୁମାର ବହଳୀ, ବସନ୍ତ କୁମାର ପାତ୍ର, ମମତାରାଣୀ ଦାଶ ପ୍ରମୁଖ କବିତା ପାଠ କରିଥିଲେ। କିବତା ପାଠୋତ୍ସବରେ ପ୍ରଥମ ପ୍ରଭାତ ନଳିନୀ ମହାପାତ୍ର, ଦ୍ୱିତୀୟ ମନୋରମା ରାୟ ଓ ତୃତୀୟ ଭାବେ ଆଶୁତୋଷ କରଣ ମନୋନୀତ ହୋଇ ପୁରସ୍କାର ଗ୍ରହଣ କରିଥିଲେ। ଶେଷରେ ଗୋକୁଳାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *