ଜିଲ୍ଲା ପରିକ୍ରମା

ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ଗୁରୁକୃପା ଭବନ, କଲ୍ୟାଣୀ ନଗର, ଭଦ୍ରକ ଠାରେ କବୟିତ୍ରୀ ଗୀତାରାଣି ଆଇଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଆସର ଶ୍ରୀମଦ୍ଭାଗବତର ଓଡିଆ ରଚୟିତା ମହାପୁରୁଷ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇ ତାଙ୍କ ଉତ୍ସର୍ଗିତ ହେବା ସଙ୍ଗେ ସଙ୍ଗେ “କହଇ ଦାସ ଜଗନ୍ନାଥ“ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଇଂରାଜୀ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ, ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଅବନୀ କୁମାର ପ୍ରଧାନ ଯୋଗ ଦେଇଥିଲେ। ଆଲୋଚନାରେ ଭାଗ ନେଇ ମୁଖ୍ୟବକ୍ତା କହିଲେ ଯେ ଜୀବ ପରମଙ୍କ ଠାରେ ସମର୍ପିତ ହୋଇ ଯାହା ସୃଷ୍ଟି କରେ ତାହା କାଳଜୟୀ ହୋଇଥାଏ। ଏହି ଆଲେଚନାରେ ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ଡ. ମୁରଲୀଧର ଶତପଥୀ, ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଆଲୋଚନା ପରେ ପରେ କବୟିତ୍ରୀ ମମତାରାଣୀ ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ବାବୁଲାଲ ଦାସ, ସ୍ୱୀକୃତି ଶୁଭଦର୍ଶିନୀ ହୋତା, ମମତା ରାଣୀ ଦାଶ, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ବିପ୍ଳବ ହୋତା, ଡା. ଅନିଲ ଦାଶ, ଶାନ୍ତିଲତା ନାୟକ, ବାବାଜୀ ଚରଣ ମହାନ୍ତି, ବିଜୟ କୁମାର ବହଳୀ, ଜଗବନ୍ଧୁ ରାଉତ, ବସନ୍ତ କୁମାର ପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ଆମ ମାତୃଭାଷା ପରିଷଦର ସଂପାଦକ ଡା, ଅନିଲ କୁମାର ଦାଶ ଏହି ଆସରରେ ସଂପାଦକୀୟ ବକ୍ତବ୍ୟ ଓ ଅତିଥି ପରିଚୟ ରଖିଥିବା ବେଳେ ଚର୍ଚ୍ଚିକା ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top