ଆମ ମଞ୍ଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପୁରୀ, ୧୩/୧୧(ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ଆମ ମଞ୍ଚ ପକ୍ଷରୁ ପୌରାଞ୍ଚଳର ୩୧ନଂ ୱାର୍ଡରେ ଏକ ଜନ ସଚେତନ ଭିତ୍ତିକ କାର୍ଯ୍ୟକ୍ରମ ଆମେ କରିବା ସମାଧାନ। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ସିଦ୍ଧ ମହାବୀର ମନ୍ଦିର ସମ୍ମୁଖରେ ସାମୂହିକ ଦୀପ ଦାନ କରାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ଲୋକମାନଙ୍କର ମତାମତ ନିଆଯିବା ସହ ଦସ୍ତଖତ ଅଭିଯାନ କରାଯାଇଥିଲା। ଘରକୁ ଘର ବୁଲି ମଞ୍ଚର ସଦସ୍ୟମାନେ ଲୋକଙ୍କ ସହିତ ଆଲୋଚନା କରିବା ସହିତ ଲିପ୍ଲେଟ୍ ବାଣ୍ଟିଥିଲେ। ଆମ ମଞ୍ଚର ସଦସ୍ୟ ସାମ୍ବାଦିକ ପ୍ରସନ୍ନ କମାର ଦାସ, ସ୍ୱେଚ୍ଛାସେବୀ ସନ୍ଦିପ କର୍ମକାର, ଜ୍ୟେତିରଞ୍ଜନ ନାୟକ, ଚନ୍ଦ୍ର ଶେଖର ମିଶ୍ର, ସୁନୀଲ କୁମାର ସାହୁ, ସୂର୍ଯ୍ୟକାନ୍ତ ମିଶ୍ର, ରାକେଶ କୁମାର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *