ଆମ ପୋଲିସ ସମିତି ବୈଠକରେ ଜନପ୍ରିୟ ଏଏସଆଇ ଙ୍କୁ ସମ୍ବର୍ଦ୍ଧନା

ପାଟଣା,ତା୦୭/୧୨(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କାର୍ଯ୍ୟରତ ଜନପ୍ରିୟ ପୋଲିସ ଏଏସଆଇ ବିମଲ ଚନ୍ଦ୍ର କାଲିଆ ଙ୍କୁ ଆଜି ପାଟଣା ଆମ ପୋଲିସ ସମିତି ବୈଠକରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜଣେ ଦକ୍ଷ ଓ ଜନପ୍ରିୟ ଏଏସଆଇ ଭାବେ ଅଞ୍ଚଳବସୀ ଙ୍କ ଆସ୍ଥା ଜିତିପାରିଥିଲେ । ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏଏସଆଇ ସନାତନ ମହାରଣା , ଏଏସଆଇ ସୁଧାଂଶୁ ଶେଖର ଜେନା , ସମାଜସେବୀ ବିଦ୍ୟାଧର ଦାଶ , ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ,ଅଜୟ ଦାଶ , ଅରୁଣ କୁମାର ମିଶ୍ର , ଗୋବିନ୍ଦ ଚନ୍ଦ୍ର କର , କୁଞ୍ଜବିହାରୀ ସାହୁ , ଏସ କେ ଚକ୍ର , କମଳାକାନ୍ତ ପତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କସହ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ସାମିଲ ଥିଲେ । ଏଏସଆଇ ବିମଲ ଚନ୍ଦ୍ର କାଲିଆ ପାଟଣା ଥାନାରୁ ଆନନ୍ଦପୁର ଥାନାକୁ ବଦଳି ହୋଇଥିବା ବେଳେ ଆଜି ଶ୍ରୀ କାଲିଆ ଆନନ୍ଦପୁର ଥାନାରେ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *