ଆମ ପୋଲିସ ସମିତି ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

ପୁରୁଷୋତ୍ତମପୁର,୨୬/୮- (ଓଡ଼ିଆ ପୁଅ/ସୁଦାମ ମହାରଣା) ଆମ ପୋଲିସ ସମିତି ପକ୍ଷରୁ ଏହି ବ୍ଲକର ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି।ଏହିଅବସରରେ ଉପଖଣ୍ଡ ସ୍ଥରୀୟ ପୋଲିସ ଅଧିକାରୀ ଅଶ୍ବିନୀ କୁମାର ସାହୁ ସଭାପତି ତ୍ବକରିଥିଲେ। ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ତଥା ବିଡିଓ ପି.ଅନ୍ବେଷା ରେଡି, ତହସିଲଦାର ଡ.ଈପ୍ସିତା ପ୍ରିୟଦ୍ରଶନୀ ମିଶ୍ର, ସିଡିପିଓ ସବିତା ଚ୍ୟାଉ ପଟ୍ଟନାୟକଙ୍କ, ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ଆଇନ କାନୁନ ବିଷୟରେ ଅବଗତ କରାଇଥିଲେ, ଓ ୧୬ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ଥାନା ଅଧିକାରୀ ଅଜୟ କୁମାର ବାରିକ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା ସହ ସେମାନଙ୍କ ନିକଟତର ହେବ ବୋଲି କହିଛନ୍ତି। ମହିଳା ଓ ଶିଶୁ ଡେସ୍କ ଅଧିକାରାଣୀ ବିୟୁଟି ମହାନ୍ତି,ଏସ୍.ଆଇ ରବିନ୍ଦ୍ର ପାଣିଗ୍ରାହୀ, ପଦ୍ମନାଭ ଗୌଡ଼, ସମସ୍ତ ପୋଲିସ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *