ଆମ ପୋଲିସ ବୈଠକ

ପୁରୀ, ୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଟାଉନ ଥାନା ପକ୍ଷରୁ ‘ଆମ ପୋଲିସ’ ବୈଠକ ଟାଉନ ଥାନା ଆଇଆଇସି ଉମାଶଙ୍କର ସିଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଟାଉନ ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ଟ୍ରାଫିକ ବ୍ୟବସ୍ଥା ଆଦି ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଯୋଗ ଦେଇଥିବା ସଦସ୍ୟମାନେ ଟ୍ରାଫିକ ସମସ୍ୟା ଉପରେ ଆଲୋଚନା କରିଥିଲେ। ତଳଛୁ ନୀଳକଣ୍ଠ ମହାପାତ୍ର, ସାମ୍ବାଦିକ ସୁରେନ୍ଦ୍ର ମିଶ୍ର, ସାମ୍ବାଦିକ ବିଜୟ କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ବୈଠକରେ ଏହି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯିବ ବୋଲି ଟାଉନ ଥାନା ଆଇଆଇସି ମତବ୍ୟକ୍ତ କରିଥିଲେ।ଏହି ଅଂଚଳରେ ୱାନ ୱେଏ ବ୍ୟବସ୍ଥାକୁ କଡାକଡି କରିବାକୁ ସଦସ୍ୟମାନେ ମତ ଦେଇଥିଲେ। ଏ ସଂପର୍କରେ ସୁବିଧାବସ୍ଥା କରାଯିବ ବୋଲି ଥାନାଧିକାରୀ ପ୍ରତିଶୃତି ଦେଇଥିଲେ। ଆଗାମୀ ସାହି ଯାତକୁ ସୁବସ୍ଥିତ ଏବଂ ଶୃଙ୍ଖଳିତ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା। ଏଥିପାଇଁ ସୁନ୍ଦର ଯାଗା ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ବୈଠକରେ ନିଷ୍ପତି ହୋଇଥିଲା।

Leave a Reply

Your email address will not be published. Required fields are marked *