ଆମ ପୁଲିସ ସମତି ମାଲକାନଗିରି ପକ୍ଷରୁ ସଡକସୁରକ୍ଷା ଆଇନ,ସାଇବର ଅପରାଧ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି,୨୩ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା(ଆଇ.ପି.ଏସ)ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ରେ ଆମ ପୁଲିସ ସମତି ଗଠନ କରାଯାଇ ସହର ଓ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା ଓ ଜନସଚେତନତା କାର୍ଯ୍ୟକ୍ରମ ନିୟମିତ ଭାବେ ଚାଲିଛି । ଆଜି ସକାଳେ ମାଲକାନଗିରି ଥାନା ଆମପୁଲିସ ପକ୍ଷରୁ ଓ ମାଲ୍ୟବନ୍ତ  ଲରି ଏସୋସିଏସନ ସହଯାଗରେ ସଡକସୁରକ୍ଷା ଓ ସାଇବର କ୍ରାଇମ ସଂକ୍ରାନ୍ତୀୟ ଜନସଚେତନତା କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଅନୁଷ୍ଟିତ ହୋଇ ଯାଇଛି । ସକାଳେ ସ୍ଥନୀୟ ବସ ଷ୍ଟାଣ୍ଡଠାରୁ ବିରାଟ ସୋଭା ଯାତ୍ରା ରେ  ବିଭିନ୍ନ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ହାତରେ ପ୍ଲାକାର୍ଡ ଧରି ସଡକସୁରକ୍ଷା ଓ ସାଇବର କ୍ରାଇମ ଜନ ସଚେତନତାର ବାର୍ତା ନେଇ ସହରପରିକ୍ରମା କରିଥିଲେ । ଏହି ସୋଭା ଯାତ୍ରାକୁ ଅତିଥିମାନେ ସବୁଜ ପତାକା ଦେଖା ଉଦଘାଟନ କରିଥିଲେ । ସୋଭାଯାତ୍ରା ସରିଗଲାପେର ସ୍ଥାନୀୟ ଶିବାନନ୍ଦଆଶ୍ରମ ପ୍ରାକୃତିକ ପରିବେଶ ମଧ୍ୟରେ ବରିଷ୍ଟ ନାଗରିକ ଓ ସମାଜସେବି  ଦୁର୍ଯ୍ୟଧନପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜନସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ,ମୁଖ୍ୟବକ୍ତା ଭାବେ ଅତିରିକ୍ତ ଏସପି ତୁଷାରକାନ୍ତ ଜେନା,ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ,ଡିଏସପି ପ୍ରମୋଦକୁମାର ବାଗ,ଡିଏସପି ମାନସ ରଜଂନ ବାରିକ,ଏସବିଆଇ ବ୍ୟାଙ୍କ ମୁଖ୍ୟପରିଚାଳକ ନିହାରରଜଂନ ମହାନ୍ତି,ସାମ୍ବାଦିକ ରତ୍ନାକରଦାଶ,କ୍ରାଇମ ଇନିସପେକ୍ଟର ସୁଭେନ୍ଧୁ ତ୍ରୀପାଠୀ, ଅଧ୍ୟାପକ ରଜଂନକୁମାର ସ୍ୱାଇଁ ,ମହିଳା ସାମ୍ବାଦିକା ଜୟନ୍ତୀବରୁଦା, ଯୋଗଦେଇ ସଡକସୁରକ୍ଷା ଓ ସାଇବର କ୍ରାଇମ କିପରି ରୋକା ଯାଇପାରିବ ସେ ସଂପର୍କରେ ବିଷଦ ବିବରଣୀଦେବା ସହିତ ଜନ ସଚେତନତାର ବାର୍ତା ଦେଇଥିଲେ ।  ବିଶେଷ କରି ବାଇକ ମାଲିକ ଓ ଚାଳକ ମାନେ ନିଜ ନିଜ ଗାଡିରେ ନମ୍ବର ପ୍ଲେଟ ଲଗାଇବା,ହେଲମେଟ ପିନ୍ଧି ଗାଡି ଚଳାଇବା,୧୮ବର୍ଷରୁ କମ ପିଲାମାନଙ୍କ ଗାଡି ଚାଳନା ଉପରେ ରୋକ ଲଗାଇବା,ବିଭିନ୍ନ ହାଇସ୍କୁଲ କଲେଜ ଆଗରେ ଛୁଟିହେବା ସମୟରେ ରାସ୍ତା ରୋମିଓ ମାନଙ୍କ ଭିଡ କମାଇବା,ଦୃତଗତିରେ ଟ୍ରାକ୍ଟର ଚଳାଉଥିବା ଚାଳକମାନଙ୍କୁ ତାଗିଦ,ଦୁଇଚକିଆ ଯାନ ଚାଳକ ଯେପରି ହେଲମେଟ ପିନ୍ଧିବେ ସେଥିପ୍ରତି ଜନସଚେତନତା ସୃଷ୍ଟିକରିବା ସହିତ ଯାଚଂ ଚଳାଇବା,ବିଭିନ୍ନ ଛକ ମାନଙ୍କରେ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ଗରୁତ୍ୱ ଦେଇ ସମୟ ସିମାବୃଦ୍ଧି  କରିବା,,ଜିଲ୍ଲାରେ ଦୁର୍ଘଟଣା,ଚୋରୀ ,ସାଇବର କ୍ରାଇମ, ଅନଲାଇନ କ୍ରାଇମ କିପରି ରୋକାଯିବ, ଫୋନକଲ କରି ଏଟିଏମ ନମ୍ବର ହସ୍ତଗତକରି ଟଙ୍କା ହଡପକରିବା ପ୍ରତି ସଜାଗରହିବା ନିମନ୍ତେ ଜନସଚେତନତା କରିବା, ବିପଦ ଜନକ ବ୍ଲୁହୁଏଲ ,ଅନ୍ୟାନ ମୋବାଇଲ ଗେମ ନଖେଳିବା ସହ  ଅଶିଳ୍ଲ ଭିଡିଓ, ଫଟୋ ସୋସିଆଲ ମେଡିଆରେ ସେୟାର ନକରିବା,ଇତ୍ୟାଦି ବିଷୟ ସଂପର୍କରେ ମଚାଂସିନ ଅତିଥିମାନେ କହିଥିଲେ ।

ଏହିକାର୍ଯ୍ୟକ୍ରମରେ ସହରର ବରିଷ୍ଟନାଗରିକ, ବୁଦ୍ଧିଜିବୀ, ସାମ୍ବାଦିକ,ବ୍ୟବସାୟୀ ସଂଘ, ମା ଘର,ଲରି ଏସୋସିଏସନ,ବିଭିନ୍ନ ରାଜନୈତିକ ଦଳ,ବଜାରକମିଟି ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତଉପସ୍ଥାପନ କରି ଆଲୋଚନାରେ ଭାଗନେଇଥିଲେ । ମାଲକାନଗିରି ଥାନା ଆଇଆଇସି ରଂଜନକୁମାର ସାହୁ ସଭା ପରିଚାଳନା କରିଥିବାବେଳେ ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ସମାଜସେବି ସୁରେଶ ସୋମାନି,ଜି,ଶ୍ରୀନିବାସ ରାଓ(ଚିଟିବାବୁ) ବିନୋଦ ତାଓ୍ୟାରୀ, ସବଇନିସପେକ୍ଟର ମନୋରଜଂନକୁମ୍ଭାର,ସବଇନିସପେକ୍ଟର ନିରଜଂନ ନାୟକ,ଏସଆଇ ସୁକନ୍ତାପ୍ରଧାନ, ଶିଶାନ୍ତ ଦାଶ,ରବିନାରୟଣବେହେରା, କୃତିବାସ ବେହେରା,ଏଏସଆଇ କେ.ପି.ଆର ଦୋର, ଭାଗରଥିଦଳାଇ, ନାରାୟଣମାଝି ଙ୍କ ସହ ଅନ୍ୟାନ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ ।  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ରେ ଜନସାଧରଣ  ପୁଲିସ ଠାରୁ ଧିରେ ଧିରେ ଦୁରେଇ ହୋଇ ରହୁଥିବା ଘଟଣାକୁ ତର୍ଜମାକରି ଜିଲ୍ଲାପୁଲିସ ପକ୍ଷରୁ ପୁଲିସ ସହ ସୁସଂପର୍କ ଯୋଡିବା ଓ ଅପରାଧ ରୋକିବା ନିମନ୍ତେ ବିଭିନ୍ନ ଥାନାରେ ଆମପୁଲିସ ସମତି ଗଠନ କରିଛନ୍ତି । ଶେଷରେ ମାଲକାନଗିରି ଥାନାଅଧିକାରୀ ଆର.କେ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *