‘ଆମ ପତ୍ରିଭା ଆମ ପରିଚୟ’ ପକ୍ଷରୁ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ସମାରୋହ

ତାଳଚେର, ୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ଗୁରୁଦିବସ ଅବସରରେ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ୧୬ତମ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତାଳଚେର ଦେଉଳବେଡ଼ାସ୍ଥିତ ମଙ୍ଗଳମ୍ କ୍ଲବ ପରିସରରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଅକ୍ଷୟ କୁମାର ମହାନ୍ତ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଇଂ.ରମେଶ ବେହେରା ଉକ୍ତ ସଭାରେ ଅଧ୍ୟକ୍ଷତାରେ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଫେସର୍ ଡ.ସଦାଶିବ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ବିରଂଚି ନାରାୟଣ ସାମଲ, ସମ୍ମାନୀତ ଅତିଥି ଭାବେ ଏମ୍.ସି.ଏଲ ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ଆର୍.ଭି.ରିଙ୍ଗେ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବୃନ୍ଦାବନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଓ ଶିକ୍ଷାବିତ୍ ଦେବଦତ ମହାନ୍ତିଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଦେଉଳବେଡ଼ା ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ସମଗ୍ର ଅନୁଗୋଳ ଜିଲ୍ଲାରୁ ନିମନ୍ତ୍ରିତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଫୁଲ, ଚନ୍ଦନ, ଧୂପ ଦେଇ ଗୁରୁ ପୂଜନ କରାଯାଇଥିଲା। ଇଂ.ମନୋଜ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଡଃ.ନିମାଇଁ ଚରଣ ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସାମଲ ତାଙ୍କ ଅଭିଭାଷଣରେ କୌଣସି ଦେଶ ବା ଜାତିର ଭବିଷ୍ୟତ ଶ୍ରେଣୀ କକ୍ଷରୁ ହିଁ ତିଆରି କରା ଯାଇଥାଏ। ଅତଏବ ଜଣେ ପ୍ରକୃତ ଗୁରୁ ଶିଷ୍ୟର ପ୍ରତିଭା ବିକାଶରେ ମୁଖ୍ୟ କର୍ଣ୍ଣଧାର ସାଜିଥିବା ବେଳେ ପ୍ରତିଭାର ବିକାଶରେ ପରିଚୟ ସ୍ୱତଃ ଆସେ ବୋଲି ମୁଖ୍ୟ ବକ୍ତା ଏହି ଅବସରରେ ପ୍ରକାଶ କରଥିଲେ। ଏହି ଅବସରରେ ଇଂ.ମନୋଜ କୁମାର ପ୍ରଧାନଙ୍କ ରଚିତ ପୁସ୍ତକ ‘ମୁଁ ତାଳଚେର କହୁଛି’ ଓ ହରମୋହନ ପ୍ରଧାନଙ୍କ ଆଧ୍ୟାତ୍ମିକ ପୁସ୍ତକ ‘ଭାବ ବିନତୀମାଳା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମଗ୍ର ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨ଶହରୁ ଉର୍ଦ୍ଧ୍ୱ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଯଥା-ଗାୟକ, କଳାକାର, କ୍ରୀଡାବିତ୍, ଲେଖକ, କବି, ଡାକ୍ତର, ସମାଜସେବୀ, ସାମାଜିକ ଅନୁଷ୍ଠାନ ସହ ବିଭିନ୍ନ ବିଦ୍ୟାଳୟର ଶ୍ରେଷ୍ଠ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ତାଳଚେରରେ ଗ୍ରାମାଚଂଳରେ ପାଠାଗାର ଆନ୍ଦୋଳନ, ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମା ହିଙ୍ଗୁଳା ପାଠାଗାର’କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ କର୍ମକର୍ତା ଇଂ.ମନୋଜ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଶତପଥୀ ଓ ସମ୍ପାଦକ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶେଷରେ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଞ୍ଜୟ ସାହୁ, କୁଶଧ୍ୱଜ ସାମଲ, କେଶବ ସେନାପତି, ସନ୍ତୋଷ କୁମାର ପ୍ରଧାନ, ବାସୁଦେବ ସାହୁ ପ୍ରମୁଖଙ୍କ ସହ ବହୁ କର୍ମକର୍ତା ସକ୍ରିୟ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହେଶ ସାହୁ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଅଟନ୍ତି।

Leave a Reply

Your email address will not be published. Required fields are marked *