Home ଜିଲ୍ଲା ପରିକ୍ରମା ‘ଆମ ନୟାଗଡ’ ଚଳଚ୍ଚିତ୍ରର ଶୁଭ ମହୁରତ

‘ଆମ ନୟାଗଡ’ ଚଳଚ୍ଚିତ୍ରର ଶୁଭ ମହୁରତ

85

ନୟାଗଡ଼, ୧୬ା୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ‘ଆମ ନୟାଗଡ଼’ ଚଳଚ୍ଚିତ୍ର ର ଶୁଭ ମହୁରତ ହୋଇଯାଇଛି। ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭ ମହୁରତ କରିଥିବାବେଳେ ଏଥିରେ ଅନ୍ୟତମ ଅତିଥିଭାବେ ଜୟକୃଷ୍ଣ ମହାପାତ୍ର, ଉତ୍ପଳ ସାହୁ, ପ୍ରମୋଦ କୁମାର ପଟ୍ଟନାୟକ, ଶୁଭଶ୍ରୀ ସନମ୍ ଦାଶ, ରଜନୀକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଶୁଭ ମହୁରତ ଉତ୍ସବରେ ଉତ୍ପଳ କୁମାର ସାହୁ ମଂଚ ପରିଚାଳନା କରିଥିବାବେଳେ ମୋ ଦଶପଲା ଚାରିଟେବୁଲ ଦ୍ୱରା ଏହି ଉତ୍ସବର ଆୟୋଜନ ହୋଇଥିଲା। ନୟାଗଡ଼ର କଳାକାରମାନଙ୍କ ସହଯୋଗରେ ଏହି ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.