ଓଡ଼ିଶା

ଆମ ଚାଷୀ ଭାଇଙ୍କ ପରିଶ୍ରମ, ଆମ ପାଇଁ ସୁନାମ ଆଣିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୦-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି କୃଷି ଭବନର ଉଦଘାଟିତ ହୋଇଛି। ଏହି ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ପହିଛନ୍ତିଯେ, “୨୦୦୦ ମସିହାରେ ଓଡିଶାବାସୀ ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିଲେ। ସେତେବେଳେ ଖାଦ୍ୟ ନିରାପତ୍ତା ପାଇଁ ପଞ୍ଜାବ ଓ ହରିଆନାରୁ train rack ଜରିଆରେ ଓଡିଶାକୁ Food grain ଆସୁଥିଲା। ଆଜି କିନ୍ତୁ ବହୁତ ପରିବର୍ତ୍ତନ ଆସିଛି।

ଆମ ଚାଷୀ ଭାଇଙ୍କ ପରିଶ୍ରମ, ଆମ ପାଇଁ ସୁନାମ ଆଣିଛି। ଆମେ ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛୁ। ଓଡିଶା ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି। Infact Odisha is the third largest contributor to the public distribution system of our Country: ମୋର ବିଶ୍ବାସ, ଆମର ଚାଷୀଭାଇ ମାନେ ଆଗକୁ ମଧ୍ୟ ନୂଆ ନୂଆ ଟେକ୍‌ନୋଲୋଜି ବ୍ୟବହାର କରି ଆହୁରି ସୁନାମ ଆଣିବେ।

୨୦୧୧ରେ ଓଡିଶା ପ୍ରଥମ ଥର ପାଇଁ କୃଷି କର୍ମଣ ପୁରସ୍କାର ପାଇଥିଲା। ପରେ କୃଷି ମନ୍ତ୍ରୀ ଓ ସେକ୍ରେଟେରୀ ମୋତେ ସେକ୍ରେଟେରୀଏଟ୍‌ରେ ଭେଟି ଥିଲେ। ଓଡିଶା ପାଇଥିବା ପୁରସ୍କାର ମୋତେ present କରିଥିଲେ। ସେତେବେଳେ ପୁରସ୍କାର ଟଙ୍କା ଥିଲା ୨ କୋଟି। ସେହିଦିନ ହିଁ ମୁଁ ନିଷ୍ପତ୍ତି ନେଇଥିଲି, ଏ ପୁରସ୍କାର ଟଙ୍କା ଚାଷୀ ମାନଙ୍କ ପାଇଁ ଖର୍ଚ୍ଚ ହେବ। ଆମ ଚାଷୀ ଭାଇମାନେ ଚାରି ଚାରି ଥର ଆମ ପାଇଁ ପୁରସ୍କାର ଆଣିଛନ୍ତି। ପୁରସ୍କାର ଟଙ୍କା ଭାବରେ ଆମେ ୧୭ କୋଟି ଟଙ୍କା ପାଇଛୁ। ଏ ସବୁ ଟଙ୍କା କୃଷି ଭବନରେ ହିଁ ବିନିଯୋଗ କରାଯାଇଛି। ଏ ଭବନର ଗୋଟିଏ ଗୋଟିଏ ଇଟା ଆମ ଚାଷୀ ଭାଇଭଉଣୀଙ୍କ ସଫଳତାର କଥା କହୁଛି।

ଏହି କୃଷି ଭବନ, ଆମ ଚାଷୀ ଭାଇଭଉଣୀଙ୍କ ନିଜ ଭବନ। under one roof, ଏହି ଭବନରୁ ଚାଷୀମାନେ ସବୁ ସେବା ପାଇପାରିବେ। ଏ ଭବନ ଚାଷୀ ଭାଇ ଭଉଣୀଙ୍କ empowerment କ୍ଷେତ୍ରରେ ଏକ ନୂଆ chapter ହୋଇପାରିଛି। ମୁଁ ଆଶା କରୁଛି, କୃଷି ବିଭାଗ ଚାଷୀମାନଙ୍କୁ ଅଧିକ ଦକ୍ଷତାର ସହ ସେବା ଯୋଗାଇବାରେ ସଫଳ ହେବ।

ଚାଷୀର ସୁଖରେ ଦୁଃଖରେ ସବୁବେଳେ ମୁଁ ତାଙ୍କ ସାଥିରେ ଅଛି। ସବୁ ଦିନ, ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ଭାଇ ଭଉଣୀଙ୍କୁ ମୁଁ ଭେଟୁଛି। ସେମାନଙ୍କ ସମସ୍ୟା ଶୁଣୁଛି। ଚାଷୀର କଲ୍ୟାଣ ପାଇଁ ଆମେ commitment ସହ କାମ କରୁଛୁ ଏବଂ କରିଚାଲିବୁ।”

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top