ଆମ ଗାଁ ବିକାଶ ଭିଡ଼ିଓ କନଡଫରେନ୍ସିରେ ଆଲୋଚନା

ପୁରୀ:୩୧ ମଇ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବ୍ଲକ ସ୍ତରରେ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କାକଟପୁର ବ୍ଲକର ୧୬ଟି ପଚାଂୟତ ପାଇଁ ୧୬୦ଟି ପ୍ରକଳ୍ପ ମଞୁର କରିଛନ୍ତି। ଏଥି ପାଇଁ ୪କୋଟି ୧୩ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। କାକଟପୁର ବ୍ଲକର ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ମଞୁର କରିଛନ୍ତି। ଫଳରେ ବ୍ଲକର ସମୁଦାୟ ୧୬ଟି ପଚାଂୟତ ଅନ୍ତର୍ଗତ ୧୦୯ଟି ରାଜସ୍ୱ ଗ୍ରାମର ୧ଲକ୍ଷ ୮ ହଜାର୯୮୬ ଜନସାଧାରଣ ସହ ଆଲୋଚନା ବେଳେ ସମସ୍ତେ ମିଳିମିଶି ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ସପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡ଼ିଓ କନଫରନ୍ସି ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ ଗୁଡ଼ିକ ପାଇଁ ପଚାଂୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ପ୍ରମୁଖ ପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାରୁ ପ୍ରଥମ କରି କାକଟପୁର ନିର୍ବାଚନରେ ମଣ୍ଡଳିର କାକଟପୁରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ପୁରୀ ଜିଲ୍ଲା ପ୍ରଶାସନର ସହ ଯୋଗରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ସେଠୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପରିତଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପୁରୀ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼. ଉଦ୍ଧବ ଚନ୍ଦ୍ର ମାଝି ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *