ad
ଜଗତସିଂହପୁର

ଆମ ଗାଁ ଆମ ବିକାଶ ପ୍ରକଳ୍ପରେ ଜାଲିଆତି : ସରପଞ୍ଚ କରିବେ ସତ୍ୟାଗ୍ରହ

ଜଗତସିଂହପୁର-ତା ୮.୮.୨୦୧୮ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ କନିମୂଳ ଗ୍ରାମପଞ୍ଚାୟତର ପ୍ରକଳ୍ପ ତାଲିକାକୁ ଆମ ଗାଁ ଆମ ବିକାଶ ଯୋଜନାରେ ଜାଲିଆତି କରାଯାଇଥିବା ନେଇ ଏହି ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ଅଗଷ୍ଟ ୧୩ ତାରିଖ ଠାରୁ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବେବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଚିଠା ବ୍ଲକ ମାଧ୍ୟମରେ ଆହ୍ୱାନ କରିଥିଲେ। ତିର୍ତ୍ତୋଲ ବ୍ଲକର କନିମୂଳ ପଞ୍ଚାୟତର ପ୍ରକଳ୍ପ ଚିଠାକୁ ଜାଲିଆତି କରାଯାଇଥିବା ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ଜଗତସିଂହପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତା, ପଞ୍ଚାୟତ ରାଜ ସଚିବ, ଆରକ୍ଷୀ ଅଧିକ୍ଷକ, ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ ପ୍ରମୁଖଙ୍କୁ ଅବଗତ କରାଇଥିଲେ। ଏହାର ସୁଫଳ ନମିଳିବାରୁ ଗଣତାନ୍ତ୍ରୀକ ଉପାୟରେ ୧୩ ତାରିଖ ଠାରୁ ଦାବି ପୁରଣ ହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ କରିବେବୋଲି ସୂଚନା ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top