‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ପଞ୍ଚାୟତ ସମିତି ଅର୍ନ୍ତଗତ ବରହମପୁର ଗ୍ରାମପଞ୍ଚାୟତ ସ୍ଥିତ ବାରିକଛକ ଖେଳ ପଡ଼ିଆଠାରେ ଆମଗାଁ ଆମ ବିକାଶ କାଯ୍ୟ୍ରକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ପଞ୍ଚାୟତ ସମିତି ଅଧିନରେ ଥିବା୩୬ଟି ଗ୍ରାମପଞ୍ଚାୟତକୁ ନେଇ ସରକାରଙ୍କ ପକ୍ଷରୁ ଆମଗାଁ ଆମବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମପଞ୍ଚାୟତର ମୌଳିକ ସମସ୍ୟା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ସିଧାସଳକ ଭିଡ଼ିଓ କନ୍ଫ୍ରେରନ୍ସ ଜରିଆରେ କଥା ହୋଇଥିଲେ। ଭଦ୍ରକ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ମାନେ ଗାଁ ଲୋକଙ୍କର ହିତ ଓ ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଭଦ୍ରକ ବ୍ଲକର ୩୬ଟି ଗ୍ରାମପଞ୍ଚାୟତ ପାଇଁ ୨୯୩ଟି ପ୍ରକଳ୍ପ ନିମନ୍ତେ ମୋଟ ୯କୋଟି ଟଙ୍କାର ଅର୍ଥ ଅନୁମୋଦନ କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦାରିତ ସମୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅର୍ଜ୍ଜୁନଚରଣ ସେଠୀ, ଭଦ୍ରକର ବିଧାୟକ ଯୁଗଳକିଶୋର ପଟ୍ଟନାୟକ, ଜିଲ୍ଲାପରିଷଦର ସଭାପତି ଦ୍ୱିଜବର ରାଉତ, ଜିଳ୍ଲାପାଳ ଜ୍ଞାନ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଉପଜିଲ୍ଳାପାଳ ସୁଚାର ବଳ, ପୌରପାଳ ମାନସ କୁମାର ମହାନ୍ତି, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ରଘୁନାଥ ଧଳ, ବିଡିଓ ହରିଶ୍ଚନ୍ଦ୍ର ଜେନା, ଜିଲ୍ଲା ବିଜେଡିର ଉପସଭାପତି ଅସୀତି ପଟ୍ଟନାୟକ, ବ୍ଲକ୍ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାମଞ୍ଜରୀ ରାଉତ, ବିଜେଡି ନେତା ରାଧାକାନ୍ତ ସାମଳ, ତହସିଲଦାର ପ୍ରଦୀପ କୁମାର ସାହୁ ଡ଼ିଇଜିଏମ୍ ବିଜୟାନନ୍ଦ କର, ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ କୁମାର ପାଢୀ, କ୍ଷୀରୋଦ ରାଉତ, ସରୋଜ କୁମାର ସାମଲ, ସୁକାନ୍ତି ନାୟକ ସମେତ ୩୬ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଜିଲ୍ଳାସ୍ତରୀୟ ବିଭାଗୀୟ ଅଧିକାରୀ ଗଣମାଧ୍ୟମର ପ୍ରତିନିଧି ଓ ଜନସାଧାରଣ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ହଜାର ହଜାର ମହିଳାମାନେ ଅଂଶ ଗ୍ରହଣ କରିଥିଲେ। ଶେଷରେ ପରସିଂଙ୍ଗା ପଞ୍ଚାୟତର ସମିତି ସଭ୍ୟା ଦେବସ୍ମିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *