ଓଡ଼ିଶା

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ …

ଭୁବନେଶ୍ୱର ୫-୩ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ କାର୍ଯ୍ୟକ୍ରମ। ରାଜ୍ୟର ପ୍ରତି ବ୍ଲକ୍‌ର ଭଲ କାମ କରୁଥିବା ପଞ୍ଚାୟତ ଗୁଡ଼ିକୁ ପ୍ରୋତ୍ସାହିତ କରିବା ସହିତ ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନୂଆ ନୂଆ ପ୍ରକଳ୍ପ ହାତକୁ ନେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ପଞ୍ଚାୟତର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ସବୁ ଯୋଜନା ବାହାରେ ନୂଆ ନୂଆ କାମ ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସୁଯୋଗ ସୃଷ୍ଟି କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଭଲ କାମ କରୁଥିବା ପଞ୍ଚାୟତରେ ପହଞ୍ଚିବେ। ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ପ୍ରତି ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଞ୍ଚାୟତ ସହିତ ସିଧାସଳଖ ସଂପର୍କ ରଖିବେ। ଜନସାଧାରଣଙ୍କ ପ୍ରସ୍ତାବ ଭିତ୍ତରେ ପ୍ରକଳ୍ପ ତୁରନ୍ତ ମଞ୍ଜୁର କରିବେ। ଆମ ଗାଁ ଆମ ବିକାଶ ପ୍ରକଳ୍ପ ଗୁଡିକର ସର୍ବନିମ୍ନ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ। ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯିବ। ଏହି ନୂତନ କାର୍ଯ୍ୟକ୍ରମ ପ୍ରଶାସନର ସର୍ବୋଚ୍ଚ ସ୍ତରକୁ ସିଧାସଳଖ ଗାଁ ସହିତ ଯୋଡିବା ସଂଗେ ସଂଗେ ବିକାଶ କାମରେ ଜନସାଧାରଣ ଓ ପଞ୍ଚାୟତି ପ୍ରତିନିଧିଙ୍କ ଅଂଶଗ୍ରହଣକୁ ଅଧିକ ଉତ୍ସାହିତ କରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top