ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧୬୬ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୩୩.୬୧ କୋଟି ଟଙ୍କା

– ଆଜି ସୁଦ୍ଧା ୧୯୩ ଟି ବ୍ଲକର ସମୁଦାୟ ୪୨୨୦ ଗ୍ରାମ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ୩୮,୬୧୮ ପ୍ରକଳ୍ପ, ୯୫୨.୭୧ କୋଟି ଟଙ୍କା
ଭୁବନେଶ୍ୱର ୨-୯ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାରଦିନ ୭ଟି ଜିଲ୍ଲାର ୯ଟି ବ୍ଲକ୍ ପାଇଁ ୩୩.୭୧ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍ ଗୁଡିକ ହେଲା – କେନ୍ଦ୍ରାପଡା ଜିଲ୍ଲାର ରାଜକନିକା, ବରଗଡ ଜିଲ୍ଲାର ଗାଇସିଲଟ ଓ ପଦମପୁର, ମୟୁରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଓ କପ୍ତିପଦା, ସମ୍ବଲପୁର ଜିଲ୍ଲାର ରେଢାଖୋଲ, କୋରାପୁଟ ଜିଲ୍ଲାର ନାରାୟଣପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ ଓ ଗଜପତି ଜିଲ୍ଲାର ଆର୍. ଉଦୟଗିରି ବ୍ଲକ। ମୁଖ୍ୟମନ୍ତ୍ରୀ ରାଜକିନିକା ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୪.୦୧ କୋଟି ଟଙ୍କାରେ ୨୦୦ଟି, ପ୍ରକଳ୍ପ, ଗାଇସିଲଟ ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୪.୩୩ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, ପଦମପୁର ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ, ବାଙ୍ଗିରିପୋଷି ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୪-୫୫ କୋଟି ଟଙ୍କାରେ ୧୫୫ଟି ପ୍ରକଳ୍ପ, କପ୍ତିପଦା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୬.୪୯ କୋଟି ଟଙ୍କାରେ ୧୬୪ଟି ପ୍ରକଳ୍ପ, ରେଢାଖୋଲ ବ୍ଲକର ୧୪ ଟି ପଞ୍ଚାୟତ ପାଇଁ ୩.୧୮ କୋଟି ଟଙ୍କାରେ ୧୮୭ଟି ପ୍ରକଳ୍ପ, ନାରାୟଣପାଟଣା ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ, ରାଇକିଆ ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨.୪୦ କୋଟି ଟଙ୍କାରେ ୧୦୦ ଟି ପ୍ରକଳ୍ପ ଓ ଆର. ଉଦୟଗିରି ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୨.୦୪ କୋଟି ଟଙ୍କାରେ ୫୧ଟି ପ୍ରକଳ୍ପ – ଏହିପରି ସମୁଦାୟ ୯ଟି ବ୍ଳକ୍‌ର ୧୬୬ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୩.୭୧ କୋଟି ଟଙ୍କାରେ ୧୨୮୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ଶନିବାରଦିନର ଏହି କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୯୩ ଟି ବ୍ଳକ୍‌ର ୪୨୨୦ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୩୮୬୧୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୯୫୨ କୋଟି ଟଙ୍କା ମଂଜୁର କରାଯାଇଛି। ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ବୟନ ଓ ସ୍ବଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି।

ସୂଚନାଯୋଗ୍ୟ ଯେ ଆଜିର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *