ଓଡ଼ିଶା

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୨୯ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୫୪.୭୬ କୋଟି ଟଙ୍କା: ସମୁଦାୟ ୨୪୯୦ଟି ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର ୨୮.୭ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଜିଲ୍ଲାର ୧୦ଟି ବ୍ଲକ୍ ପାଇଁ ୫୪.୭୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍ ଗୁଡିକ ହେଲା – କଳାହାଣ୍ଡି ଜିଲ୍ଲାର ଧରମଗଡ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ, କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ, ବୌଦ ଜିଲ୍ଲାର ବୌଦ, କଟକ ଜିଲ୍ଲାର ନିଆଳି, ଅନୁଗୁଳ ଜିଲ୍ଲାର ପାଲଲହଡା, ନବରଙ୍ଗପୁର ଜିଲ୍ଲାର ଉମରକୋଟ, ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ଖୋଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ।

ଆଜି ମୁଖ୍ୟମନ୍ତ୍ରୀ ଧରମଗଡ଼ ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୪.୧୪ କୋଟି ଟଙ୍କାରେ। ୨୦୫ଟି ପ୍ରକଳ୍ପ, ଜଗନ୍ନାଥପ୍ରସାଦ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୨୧୦ଟି ପ୍ରକଳ୍ପ, ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୬.୫୩ କୋଟି ଟଙ୍କାରେ ୩୬୫ଟି ପ୍ରକଳ୍ପ, ବୌଦ ବ୍ଳକର ୨୨ଟି ପଞ୍ଚାୟତ ପାଇଁ ୬.୭୦ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ, ନିଆଳି ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୬.୧୬ କୋଟି ଟଙ୍କାରେ ୩୨୩ଟି ପ୍ରକଳ୍ପ ପାଲଲହଡା ବ୍ଳକ୍‌ର ୨୭ଟି ପଞ୍ଚାୟତ ପାଇଁ ୬.୭୫ କୋଟି ଟଙ୍କାରେ ୨୬୫ଟି ପ୍ରକଳ୍ପ, ଉମରକୋଟ ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୨୧୨ଟି ପ୍ରକଳ୍ପ, ମୁରିବାହାଲ ବ୍ଲକ୍‌ର ୨୨ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୯୫ଟି ପ୍ରକଳ୍ପ, ଖୋର୍ଦ୍ଧା ବ୍ଳକର ୨୧ଟି ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୧୯୮ଟି ପ୍ରକଳ୍ପ ଏବଂ ଅମ୍ବାଭୋନା ବ୍ଳକ୍‌ର ୧୫ଟି ପଞ୍ଚାୟତ ପାଇଁ ୨.୭୩ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହିପରି ସମୁଦାୟ ୧୦ଟି ବ୍ଳକ୍‌ର ୨୨୯ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୫୪.୭୬ କୋଟି ଟଙ୍କାରେ ୨୪୯୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ , ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top