Home ଜିଲ୍ଲା ପରିକ୍ରମା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ‘’୫୮ ଟି ପ୍ରକଳ୍ପ ପାଇଁ ୨.୨୫ କୋଟି ଟଙ୍କାର...

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ‘’୫୮ ଟି ପ୍ରକଳ୍ପ ପାଇଁ ୨.୨୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଅନୁମୋଦନ’’

386

କୋଲାବିରା, ୧୭।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) ନବୀନ ଓଡିଶାର ବିକାଶର ନୁଆଁ କିରଣ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ କୋଲାବିରା ବ୍ଲକ ମିନି ଷ୍ଟାଡିୟମ ଠାରେ ମଙ୍ଗଲବାର ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେସିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲାବିରା ବ୍ଲକ ଅଂଚଳର ୫୯ଟି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ୨କୋଟି ୨୫ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁରି ଦେଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦିନ ୧୨ ଟା ସମୟରେ ଭିଡିଓ କନଫରେସିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସହିତ ସମାନାସାମନି ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣେଇ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକ ପାଇଁ ଅନୁଦାନ ରାଶି ଘୋଷଣା କରିଥିଲେ। ଏବଂ ଯଥାଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। ସେ ଆଉ ମଧ୍ୟ କରିଥଲେ ଯେ ଏହିଟଙ୍କା ଜନସାଧାରଣଙ୍କର ତେଣୁ ଜନସାଧାରଙ୍କ ହିତ ଉଦ୍ଦେଶ୍ୟରେହିଁ ଖର୍ଚ କରାଯାଉଛି। କୋଲାବିରା ବ୍ଲକର ୯ଟି ପଂଚାୟତର ୪୭ଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା ୪୮ହଜାର ଜନସାଧାରଣଙ୍କ ନିମନ୍ତେ ବ୍ଲକର ବିଭୀନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଅର୍ଥ ଅନୁମୋଦନ କରାଯାଇଥିବା ଘୋଷଣା କରାଯାଇଥରଲା। ଏହିଅବସରରେ ସୁନେତ୍ର ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇ ସାଧାରଣ ଲୋକଙ୍କର ମାଗଣା ଚକ୍ଷୂ ଚିକିତ୍ସା ଏବଂ ଆବଶ୍ୟକ ସ୍ଥଳେ ଚଷମା ପ୍ରଦାନର ବ୍ୟବସ୍ଥା ରହିଥିବା ନେଇ ଲୋକଙ୍କୁ ଅବଗତ କରାଯାଇଥିଲା। ବ୍ଲକର ଧୁବେନବୁଡ, ସାହ୍ଲେପାଲି, କୋଲାବିରା, ଜାମଚୁଆଁ, ଦଣ୍ଡାବୁଡା, ଚନ୍ଦନିମାଲ, କୁଶୁମଡିହି, କୁଲିହାମାଲ, ମାଲୁମୁଣ୍ଡା, ଅଯୋଧ୍ୟାନଗର, ତରେଇକେଲା, କୁଲିତା ସଂମାସିଂହା, ଘନଡିହି, ରଙ୍ଗିଆଟିକ୍ରା, କାଲିବାହାଲ, ଗହ୍ମାପାଲି, ପାଚେରବନ୍ଧ, ପରମାଣପୁର, ଯୁଗିଆଡିହି, ଅମାତି, ପୋଖରାସାହ୍ଲେ, ଫଡଙ୍ଗାଡିହି, ରଘୁନାଥପାଲି, ସିଂହିବାହାଲ, ସମାସିଂହା, ବେଲମୁଣ୍ଡା, ମହାଦେବପାଲି, ଭୀମେଯାର, ବଡବାହାଲ, ଭାଡିମାଲ, କେଲଡାମାଲ, ଅଏତାପଡା, ବରାହମୁଣ୍ଡା, ଗୁଡିଗାଁ, ଅଏଁଲାମାଲ, ଦୁଆନଡିହି, ରଜାମାଲ ପ୍ରଭୃତି ଗ୍ରାମରେ କଲ୍ୟାଣ ମଣ୍ଡପ, ମିଶନଶକ୍ତି ଗୃହ, ଗୋଷ୍ଠିକେନ୍ଦ୍ର, ଗାଧୁଆତୁଠ ଓ ବସ୍ତ୍ରବଦଲ ଗୃହ, ସଂସ୍କୃତିକ ଗୃହ, କ୍ରୀଡାଭିତିଭୂମି ଉନ୍ନତିକରଣ, ଗାଁ ପାଠାଗାର ପରି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟପାଇଁ ଅନୁଦାନ ଅର୍ଥ ଅନୁମୋଦନ କରାଯାଇଥିଲା। କୋଲାବିରା ଗୋଷ୍ଠି ଉନ୍ନୟନ ଅଧିକାରୀ ବିଜୟ କୁମାର ସଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବରେ ଜିଲ୍ଲା ପ୍ରକଳ୍ପ ନିଦେର୍ଶକ ସତ୍ୟନାରାୟଣ ଦାସ, ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ସାହୁ, ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ବାହୁକ, କୋଲାବିରା ସରପଂଚ କୁମୁଦିନି ମହାପାତ୍ର, ରଘୁନାଥପାଲି ସରପଂଚ ନନ୍ଦିତା ସରାଫ, ସୋଢାମାଲ ସରପଂଚ ସୁଷମା ବାହୁକ, କେଲଡାମାଲ ସରପଂଚ ସୈାଦାମିନୀ ନାଏକ, ସମାସିଂହା ସରପଂଚ ହେମନ୍ତ କୁମାର ସାହୁ, ପରମାଣପୁର ସରପଂଚ ଗୁଣମଣୀ ପଧାନ, କୁଲିହାମାଲ ସରପଂଚ ରଂଜନ ପଟେଲ, ପୋଖରାସାହ୍ଲେ ସରପଂଚ ଶ୍ରୀମତୀ କୁନ୍ତାଲା ନାଏକଙ୍କ ସମେତ ସମସ୍ତ ସମିତି ସଭ୍ୟ ସଭ୍ୟା, ଆଙ୍ଗନବାଡି କର୍ମୀ, ଏସଏଚଜି ଗୃପ, ବ୍ଲକ କର୍ମଚାରୀଙ୍କ ସମେତ ବିପୁଳ ସଂଖ୍ୟକ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ଶେଷରେ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ବାହୁକ କୋଲାବିରା ବ୍ଲକର ଜନସାଧାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟଜୟଗାନ ଏବଂ ହୁଲହୁଲି ଧ୍ୱନିରେ ସଭାସ୍ଥଳି କମ୍ପି ଉଠିଥିଲା।

ଉପସ୍ଥିତ ଜନତା ସରକାରଙ୍କ ଅନୁମୋଦନକୁ ନେଇ ବେସ ଉତ୍ସାହିତ ଥିବା ପରିଲକ୍ଷିତ ହେଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.