ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୭୭ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୩୭.୭୯ କୋଟି ଟଙ୍କା ସମୁଦାୟ ୧୬୪୪ ଟି ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର ୧୨-୭ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଚ୍ଚନାୟକ ଆଜି ୬ଟି ଜିଲ୍ଲାର ୭ଟି ବ୍ଲକ୍ ପାଇଁ ୩୭.୭୯ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍ ଗୁଡିକ ହେଲା – ଗଞ୍ଜାମ ଜିଲ୍ଲାର ଛତ୍ରପୁର, କଟକ ଜିଲ୍ଲାର ଆଠଗଡ, କଳାହାଣ୍ଡି ଜିଲ୍ଲାର ଜୁନାଗଡ, ବାଲେଶ୍ଵର ଜିଲ୍ଲାର ସିମୁଳିଆ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବ୍ଲକ।

ଆଜି ମୁଖ୍ୟମନ୍ତ୍ରୀ ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତ ପାଇଁ ୪.୫୦ କୋଟି ଟଙ୍କାରେ ୧୧୦ଟି ପ୍ରଳଳ୍ପ, ଆଠଗଡ ବ୍ଲକର ୩୩ଟି ପଞ୍ଚାୟତ ପାଇଁ ୭.୫୦ କୋଟି ଟଙ୍କାରେ ୩୯୧ଟି ପ୍ରକଳ୍ପ, ଜୁନାଗଡ ବ୍ଲକର ୩୪ଟି ପଞ୍ଚାୟତ ପାଇଁ ୫.୭୦ କୋଟି ଟଙ୍କାରେ ୩୫୬ଟି ପ୍ରକଳ୍ପ, ସିମୁଳିଆ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୩.୫୧ କୋଟି ଟଙ୍କାରେ ୧୯୯ ଟି ପ୍ରକଳ୍ପ, ଲେପ୍ରିପଡା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ ଓ ଆଠମଲିକ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫.୩୫ କୋଟି ଟଙ୍କାରେ ୧୬୧ଟି ପ୍ରକଳ୍ପ ଏବଂ ଛେଣ୍ଡିପଦା ବ୍ଲକର ୩୦ଟି ପଞ୍ଚାୟତ ପାଇଁ ୭.୪୮ କୋଟି ଟଙ୍କାରେ ୩୦୨ଟି ପ୍ରକଳ୍ପ ମଂଜୁର କରିଛନ୍ତି। ଏହିପରି ସମୁଦାୟ ୭ଟି ବ୍ଲକର ୧୭୭ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୭.୭୯ କୋଟି ଟଙ୍କାରେ ୧୬୪୪ ଟି ପ୍ରକଳ୍ପ ମଂଜୁର କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *