ଜିଲ୍ଲା ପରିକ୍ରମା

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରପଞ୍ଚ ଓ ସମିତିସଭ୍ୟଙ୍କ ପ୍ରକଳ୍ପ ତାଲିକା କଟାଯାଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ତିର୍ତ୍ତୋଲ ୦୯/୭ (ଓଡ଼ିଆ ପୁଅ) – ଆସନ୍ତା ୧୦ତାରିଖ ମଙ୍ଗଳବାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ଶାରାଳାରୋଡ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବାକୁ ଅଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଲୋକାଭିମୁଖି କରିବାପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତର ଲୋକମାନଙ୍କ ପରାମର୍ଶକୁ ଗ୍ରହଣ କରି ଉଭୟ ସରପଞ୍ଚ ଓ ସମିତିସଭ୍ୟଙ୍କ ଦସ୍ତଖତରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କାରିତା ସଂପର୍କରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନିଷ୍ପତି ନିଆଯିବ। ବ୍ଲକ କାର୍ଯ୍ୟାଳୟର ଚିଠିଅନୁସାରେ ତିର୍ତ୍ତୋଲ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ସୁପାରିଶ ଅନୁଯାୟୀ ମଖ୍ୟମନ୍ତ୍ରୀ ମଞ୍ଜୁର କରିବେ। ମାତ୍ର ଗତ ୭.୭.୨୦୧୮ ରିଖ ଦିନ ତିର୍ତ୍ତୋଲ ବ୍ଲକ ମଣ୍ଡଳ ଉନ୍ନୟନ କାର୍ଯ୍ୟାଳୟରେ ସୁପାରିସ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ରାଜନୈତିକ ପଶାପାଲିରେ ବଦଳିଯାଇଥିବା ନେଇ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମର ଅଭିଯୋଗ ଉଠିଛି। କେତେକ ସରପଞ୍ଚ ଓ ସମିତିସଭ୍ୟଙ୍କ ପ୍ରକଳ୍ପ ଚିଠା ସେମାନଙ୍କର ବିନା ପରାମର୍ଶରେ ବଦଳା ଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏହିପରି ବେନିୟମ କାର୍ଯ୍ୟ କିଛି ଅସାମାଜିକ ବ୍ୟକ୍ତିଙ୍କ ପରାମର୍ଶ ନେଇ ଅଭିଯୋଗ ଉଠିଛି। ବ୍ଲକ ପ୍ରଶାସନ ବେନିୟମ କାର୍ଯ୍ୟରେ ନିରବଦ୍ରଷ୍ଟା ସାଜିଥିବା ନେଇ ଆଜି କନିମୂଳ ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଦାଇଲୋ ସରପଞ୍ଚ ଧନଞ୍ଜୟ ସୁତାର, ବିରିତୋଳ ସରପଞ୍ଚ ରୁକସାନା ବେଗମ, ସମିତିସଭ୍ୟା ବିଜାୟିନୀ ମଲ୍ଲିକ, ତରଜଙ୍ଗା ସରପଞ୍ଚ ବସନ୍ତ ସେଠୀ, କନକପୁର ସମିତିସଭ୍ୟ ଅଜୟ ରାଉଳ, ମୁଳିସଂ ସରପଞ୍ଚ ଅନ୍ନପୂର୍ଣ୍ଣା ବିଶ୍ୱାଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପୁର୍ବରୁ ଏଭଳି ଗୁରୁତ୍ୱ ପୁର୍ଣ୍ଣ ତୃଟିକୁ ସଂଷୋଧନ କରାନଗଲେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଉପରୋକ୍ତ ସରପଞ୍ଚ ଓ ସମିତିସଭ୍ୟ ମାନେ ଚେତାବନି ଦେଇଥିବା ଶୁଣିବାକୁ ମିଳୁଛି। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ପାଇଁ ଏବିଡ଼ିଓ ଭଞ୍ଜକିଶୋର ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top