ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫ଟି ବ୍ଳକ୍‌ର ୧୧୮ଟି ପଞ୍ଚାୟତ ପାଇଁ ମଞ୍ଜୁର ହେଲା ୧୧୦୧ଟି ପ୍ରକଳ୍ପ ଚଳିତ ସପ୍ତାହରେ ୩୯୭ଟି ପଞ୍ଚାୟତ ପାଇଁ ସମୁଦାୟ ୧୦୦ କୋଟି ଟଙ୍କାର ୩୯୭୨ ଟି ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର ୯ ଜୁନ୍ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଦିନ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ, ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ, ଭଦ୍ରକ ଜିଲ୍ଲାର ତିହିଡି ବ୍ଳକ, ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଓ କଟକ ଜିଲ୍ଲାର ମାହାଙ୍ଗା ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି।। ଆଜିର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ମିଶାଇ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ସମୁଦାୟ ୧୬ଟି ବ୍ଳକ୍‌ର ୩୭ଟି ପଞ୍ଚାୟତର ଜନସଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ସଂଜୁର କରିଛନ୍ତି। ଏହି ସପ୍ତାହରେ ମୋଟ ୩୯୭୨ ପ୍ରକଳ୍ପ ପାଇଁ ୧୦୦.୭୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।। ଆଜି ମୁଖ୍ୟମନ୍ତ୍ରୀ କଲମପୁର ବ୍ଲକର ୧୧ଟି ପଞ୍ଚାୟତ ପାଇଁ ୨.୨୦ କୋଟି ଟଙ୍କାରେ ୯୪ଟି ପ୍ରକଳ୍ପ, ଖଇରପୁଟ ବ୍ଲକର ୧୦ଟି ପଞ୍ଚାୟତ ପାଇଁ ୩.୪୫ କୋଟି ଟଙ୍କାରେ ୧୨୮ଟି ପ୍ରକଳ୍ପ, ତିହିଡି ବ୍ଳକର ୩୧ଟି ପଞ୍ଚାୟତ ପାଇଁ ୭.୭୫ କୋଟି ଟଙ୍କାରେ ୨୪୯ଟି ପ୍ରକଳ୍ପ, ବିଞ୍ଝାରପୁର ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୭.୪୮ କୋଟି ଟଙ୍କାରେ ୩୪୨ଟି ପ୍ରକଳ୍ପ ଓ ମାହାଙ୍ଗୀ ବ୍ଲକର ୩୭ଟି ପଞ୍ଚାୟତ ପାଇଁ ୭.୪୦ କୋଟି ଟଙ୍କାରେ ୨୮୮ଟି ପ୍ରକଳ୍ପ ସଂଜୁର କରିଛନ୍ତି। ଏହିପରି ସମୁଦାୟ ୫ଟି ବ୍ଳକ୍‌ର ୧୧୮ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ | ୨୮.୨୮ କୋଟି ଟଙ୍କାରେ ୧୧୦୧ଟି ପ୍ରକଳ୍ପ ସଂଜୁର କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଖଇରପୁଟ ବ୍ଲକ୍‌ରେ ବଣ୍ଡା ଜନଜାତି ସଂପ୍ରଦାୟର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ଟଙ୍କା ଆପଣମାନଙ୍କର, ଓଡ଼ିଶାବାସୀଙ୍କର। ଯେଉଁସବୁ ପ୍ରକଳ୍ପ ସଂଜୁର କରାଯାଉଛି, ସେଗୁଡିକୁ ଭଲ ଭାବରେ ଓ ଶୀଘ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗ୍ରାମବାସୀ ଓ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ଗୁଡିକ ପାଇଁ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *