ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୪ଟି ବ୍ଳକ୍‌ର ୧୧୪ଟି ପଞ୍ଚାୟତ ପାଇଁ ୩୨.୬୦ କୋଟି ଟଙ୍କାରେ ମଞ୍ଜୁରହେଲା ୧୧୯୩ଟି ପ୍ରକଳ୍ପ

ଭୁବନେଶ୍ୱର ୯/୬ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାରଦିନ ବରଗଡ ଜିଲ୍ଲାର ଭେଡେନ ବ୍ଲକ, କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ, ବାଲେଶ୍ବର ଜିଲ୍ଲାର ରେମୁଣା ବ୍ଲକ ଓ ଯାଜପୁର ଜିଲ୍ଲାର ଦାନଗଦି ବ୍ଳକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭେଡେନ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୧୬୪ଟି ପ୍ରକଳ୍ପ, ଆଳି ବ୍ଲକର ୩୪ଟି ପଞ୍ଚାୟତ ପାଇଁ ୮.୧୧ କୋଟି ଟଙ୍କାରେ ୩୯୮ଟି ପ୍ରକଳ୍ପ, ରେମୁଣା ବ୍ଲକର ୩୬ଟି ପଞ୍ଚାୟତ ପାଇଁ ୧୧.୨୦ କୋଟି ଟଙ୍କାରେ ୪୬୮ଟି ପ୍ରକଳ୍ପ ଓ ଦାନଗଦି ବ୍ଲକର ୨୩ଟି ପଞ୍ଚାୟତ ପାଇଁ ୮.୦୪ କୋଟି ଟଙ୍କାରେ ୧୬୩ଟି ପ୍ରକଳ୍ପ ମଞ୍ଜୁରକରିଛନ୍ତି। ଏହିପରି ସମୁଦାୟ ୪ଟି ବ୍ଳକ୍‌ର ୧୧୪ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୨.୬୦ କୋଟି ଟଙ୍କାରେ ୧୧୯୩ଟି ପ୍ରକଳ୍ପ ମଞ୍ଜୁରକରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପ ଗୁଡିକୁ ମିଳିମିଶି ଶୀଘ୍ର ସଂପୂର୍ଣ୍ଣ କରିବାପାଇଁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ଗୁଡିକ ପାଇଁ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *