ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୪ଟି ବ୍ଳକ୍‌ର ୧୩୮ଟି ପଞ୍ଚାୟତ ପାଇଁ ୩୦.୭୨ କୋଟି ଟଙ୍କାରେ ମଞ୍ଜୁର ହେଲା। ୧୨୧୪ଟି ପ୍ରକଳ୍ପ

ଭୁବନେଶ୍ୱର ୨ ଜୁନ୍ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର ସୋହେଲା ବ୍ଳକ, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଓ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀ ସୋହେଲା ବ୍ଳକର ୨୭ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୨୭୧ଟି ପ୍ରକଳ୍ପ, ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତ ପାଇଁ ୮.୭୫ କୋଟି ଟଙ୍କାରେ ୪୪୪ଟି ପ୍ରକଳ୍ପ, ଧର୍ମଶାଳା ବ୍ଲକର ୪୫ଟି ପଞ୍ଚାୟତ ପାଇଁ ୯.୨୨ କୋଟି ଟଙ୍କାରେ ୩୦୪ଟି ପ୍ରକଳ୍ପ ଓ ସୋରଡା ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୧୯୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହିପରି ସମୁଦାୟ ୪ଟି ବ୍ଳକ୍‌ର ୧୩୮ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୦.୭୨ କୋଟି ଟଙ୍କାରେ ୧୨୧୪ଟି ପ୍ରକଳ୍ପ ମଜୁର କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପ ଗୁଡିକୁ ମିଳିମିଶି ଶୀଘ୍ର ସଂପୂର୍ଣ୍ଣ କରିବାପାଇଁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ଗୁଡିକ ପାଇଁ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *