ଓଡ଼ିଶା

ଆମ ଗାଁ, ଆମ ବିକାଶ କାଯ୍ୟକ୍ରମକୁ ଦଳୀୟ ଆଧାରରେ କରାଯାଉଛି: ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ନିୟମ କାନୁନ ଶାସକ ବିଜେଡି ହାତରେ ବନ୍ଧା ପଡିବା ଭଳି ପରିସ୍ଥିତି ସୃଷ୍ଟି କରିଛି : ବିଜେପି

– ମୁଖ୍ୟମନ୍ତ୍ରୀଙ୍କର ଏପରି ସମ୍ବିଧାନ ବିରୋଧୀ ଓ ଦଳୀୟ ଆଧାରରେ ଶାସନ ବ୍ୟବସ୍ଥା ଚଳାଇବା ପ୍ରତିବାଦରେ ବିଜେପି ରାଜ୍ୟତମାମ ରାଜରାସ୍ତାକୁ ଯିବ
– ଦଳ ଆଇନ ଅଦାଲତର ଆଶ୍ରୟ ନେବ
– ଦେଶର ସମ୍ବିଧାନ ମୁତାବକ ପଂଚାୟତିରାଜ ବ୍ୟବସ୍ଥାର ମୂଳୋତ୍ପାଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ
– ସମ୍ବିଧାନରେ ପଲୀସଭା, ଗ୍ରାମସଭା, ଓାର୍ଡମେମ୍ବର, ପଂଚାୟତସମିତି ସଭ୍ୟ, ସରପଂଚ, ବ୍ଲକ ଚେୟାରମ୍ୟାନ, ଜିଲାପରିଷଦ ସଦସ୍ୟ, ଜିଲା ପରିଷଦ ଅଧ୍ୟକ୍ଷ ଏମାନଙ୍କ ସମସ୍ତଙ୍କ ଅଧିକାର ଛଡାଇ ନେଇ ନିଜେ ଦଳୀୟ ଆଧାରରେ ଶାସନ ବ୍ୟବସ୍ଥାକୁ ଚଳାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ତା.୩୦/୦୮ (ଓଡ଼ିଆ ପୁଅ) : ପଂଚାୟତିରାଜ ବ୍ୟବସ୍ଥାର ତୃଣମୂଳ ସ୍ତରର ଜନପ୍ରତନିଧି ମାନେ ଗଣତାନ୍ତ୍ରିକ ପଦ୍ଧତିରେ ଧାରଣା ଦେବା ଓ ସେମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା ସମୟରେ ଶାସକ ବିଜୁ ଜନତା ଦଳ ଗୁଣ୍ଡାଙ୍କ ଆକ୍ରମଣ ଶାସକ ବିଜେଡିର ଗଣତନ୍ତ୍ର ବିରୋଧୀ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଆମ ଗାଁ, ଆମ ବିକାଶ କାଯ୍ୟକ୍ରମ ବ୍ରହ୍ମଗିରିରେ ଅନୁଷ୍ଠିତ ହେବା ପୂର୍ବରୁ ବିଜେପି ସମର୍ଥୀତ ଓ ନିର୍ବାଚିତ ଜନପ୍ରତିନିଧିମାନେ ସେମାନଙ୍କ ଅଂଚଳରେ ସାଧାରଣ ଲୋକ ଚାହିଁଥିବା ବିଭିନ୍ନ ଯୋଜନା ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ। ମାତ୍ର ଦଳୀୟ ଆଧାରରେ ବିଭିନ୍ନ ଯୋଜନା ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ଏହାର ପ୍ରତିବାଦରେ ସ୍ଥାନୀୟ ବିଜେପି ସମର୍ଥୀତ ଜନପ୍ରତନିଧିମାନେ ପ୍ରତିବାଦ ସହ ଧାରଣାରେ ବସିଥିଲେ। ଜିଲାପ୍ରଶାସନ ଆଲୋଚନା କଲାବେଳେ ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ନିୟମ କାନୁନ ଶାସକ ବିଜେଡି ହାତରେ ବନ୍ଧା ପଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଖୋଦ ମୁଖ୍ୟମନ୍ତ୍ରୀ ଦେଶର ସମ୍ବିଧାନ ମୁତାବକ ପଂଚାୟତିରାଜ ବ୍ୟବସ୍ଥାର ମୂଳୋତ୍ପାଟନ କରୁଛନ୍ତି। ସମ୍ବିଧାନରେ ପଲୀସଭା, ଗ୍ରାମସଭା, ଓାର୍ଡମେମ୍ବର, ପଂଚାୟତସମିତି ସଭ୍ୟ, ସରପଂଚ, ବ୍ଲକ ଚେୟାରମ୍ୟାନ, ଜିଲାପରିଷଦ ସଦସ୍ୟ, ଜିଲା ପରିଷଦ ଅଧ୍ୟକ୍ଷ ଏମାନଙ୍କ ସମସ୍ତଙ୍କ ଅଧିକାର ଛଡାଇ ନେଇ ନିଜେ ଦଳୀୟ ଆଧାରରେ ଶାସନ ବ୍ୟବସ୍ଥାକୁ ଚଳାଇବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏପରି ସମ୍ବିଧାନ ବିରୋଧୀ ଓ ଦଳୀୟ ଆଧାରରେ ଶାସନ ବ୍ୟବସ୍ଥା ଚଳାଇବା ପ୍ରତିବାଦରେ ବିଜେପି ରାଜ୍ୟତମାମ ରାଜରାସ୍ତାକୁ ଯିବ। ଏହାସହ ସାମ୍ବିଧାନିକ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଉଲଂଘନ କରୁଥିବାରୁ ଏହା ବିରୋଧରେ ଦଳ ଆଇନ ଅଦାଲତର ଆଶ୍ରୟ ନେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଆସନ୍ତା କାଲି ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ପୁରୀ ଗସ୍ତ କରି ଏ ସଂକ୍ରାନ୍ତରେ ପ୍ରଶାସନ ସହ ଆଲୋଚନା କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଏହି ଅବସରରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ଅନ୍ୟତମ ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top